ନୂଆପଡ଼ାରେ ବାଛୁରୀକୁ ମାରି ଖାଇଲା ବାଘ

ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ପୁଣି ବାଘ ଆତଙ୍କ ଦେଖିବାକୁ ମିଳିଛି । ଗତ ରାତିରେ ନୂଆପଡ଼ା ସଦର ରେଞ୍ଜ ଆମାନାରା ସେକସନ୍‌ର ତରିଆମହୁଆଭଟା ଗାଁରେ ପୁଣି ଗୋଟିଏ ବାଛୁରୀକୁ ମାରି ଖାଇଛି ବାଘ । ସୂଚନା ଅନୁସାରେ ଆଜି ସକାଳେ ଗାଁର ଭାଗିରଥୀ ରାଉତଙ୍କ ବାଛୁରୀ ଗୁହାଳରେ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା । ବାଘ ଆକ୍ରମଣ କରି ମାରି ଖାଇ ଦେଇଥିବା ଜଣାପଡ଼ିଛି । ଗତ ମାର୍ଚ୍ଚ ୧୫ ତାରିଖ ଦିନ ଏହି ବାଛୁରୀକୁ ବାଘ ଆକ୍ରମଣ କରି ଗୁରୁତର କରି ଦେଇଥିଲା । ଗାଁ ଭିତରକୁ ଆସି ବାଘ ବାଛୁରୀକୁ ମାରି ଖାଇବା ପରେ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି । ସୂଚନା ପାଇବା ପରେ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଏହା ଏକ କଲରାପତରିଆ ବାଘ ବୋଲି ଜଣାପଡିଛି ।

Leave A Reply

Your email address will not be published.