oom

ଜୁଲାଇ ୯ ଦେଶବ୍ୟାପୀ ସାଧାରଣ ଧର୍ମଘଟକୁ ରାଉରକେଲାରେ ସଫଳ କରିବା ପାଇଁ ମିଳିତ ଟ୍ରେଡ ୟୁନିୟନମାନଙ୍କ ବୈଠକ

jsmm
  • କେନ୍ଦ୍ର ବିଜେପି ସରକାରଙ୍କ ଶ୍ରମିକ ବିରୋଧୀ ଓ ଜନ ବିରୋଧୀ ନୀତିକୁ ବିରୋଧ, ଶ୍ରମ କୋର୍ଡ ବାତିଲ ଦାବି

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ର ବିଜେପି ସରକାରଙ୍କ ଶ୍ରମିକ ବିରୋଧୀ ଓ ଜନ ବିରୋଧୀ ନୀତି ବିରୋଧରେ, କଳା ଶ୍ରମ କୋର୍ଡ ବାତିଲ ଦାବିରେ, ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ନିୟନ୍ତ୍ରଣ କରିବା, ମାସିକ ସର୍ବନିମ୍ନ ଦରମା ୨୬ ହଜାର ଟଙ୍କା, ରାଷ୍ଟ୍ରାୟତ ସଂପଦର ସୁରକ୍ଷା, ଛଟେଇ ବନ୍ଦ ଓ ନିଯୁକ୍ତି ସୁଯୋଗ ପ୍ରଦାନ, ସ୍କିମ ଶ୍ରମିକମାନଙ୍କୁ ଶ୍ରମିକର ମାନ୍ୟତା ଓ ସାମାଜିକ ସୁରକ୍ଷା, ଚାଷୀ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଓ ଆଇନଗତ ଗ୍ୟାରେଣ୍ଟି ପ୍ରଭୃତି ୧୭ ଦଫା ଦାବିରେ ଆଗାମୀ ଜୁଲାଇ ୯ ତାରିଖ ଦେଶବ୍ୟାପୀ ସାଧାରଣ ଧର୍ମଘଟ ଓ ହରତାଳକୁ ରାଉରକେଲା ଓ ସୁନ୍ଦରଗଡ଼ ଜିଲ୍ଲାରେ ସଫଳ କରିବା ପାଇଁ ଆଜି ମିଳିତ କେନ୍ଦ୍ରୀୟ ଟ୍ରେଡ ୟୁନିୟନମାନଙ୍କ ବୈଠକ ସ୍ଥାନୀୟ ଶ୍ରମିକ ଭବନ, ସେକ୍ଟର ୧୬ଠାରେ ସିଆଇଟିୟୁ ଶ୍ରମିକ ନେତା ବିମାନ ମାଇତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଇ ଏନଟିୟୁସି ନେତା ନିହାର ଦାସ, ଏଚ ଏମ୍ ଏସ ନେତା ପ୍ରମୋଦ କୁମାର ଦାସ, ସିଆଇଟିୟୁ ନେତା ବେହେରା, ରାଜ କିଶୋର ପ୍ରଧାନ, ଅଜୟ ଶର୍ମା, ଏ ଆଇଟିୟୁସି ନେତା ପ୍ରଦୋଷ ମହାନ୍ତି, ରମେଶ ସେଠୀ, ଏ ଆଇୟୁଟିୟୁସି ନେତା ଅଜିତ୍ ନାୟକ, ବିଷ୍ଣୁ ପଣ୍ଡା, ବିରେନ ନାୟକ, ସିଟୁ ନେତା ଲକ୍ଷ୍ମୀଧର ନାୟକ, ପ୍ରଭାତ ମହାନ୍ତି, ବିଶ୍ଵଜିତ ମାଝୀ, ବିନୟ ବେହୁରିଆ ପ୍ରମୁଖ ବକ୍ତବ୍ୟ ରଖି ରାଉରକେଲା ତଥା ସୁନ୍ଦରଗଡ ଜିଲ୍ଲାର ଇସ୍ପାତ ସ୍ଥାୟୀ ଓ ଠିକା ଶ୍ରମିକ, ପରିବହନ ଶ୍ରମିକ, କଳକାରଖାନା ଶ୍ରମିକ, ଖଣି ଶ୍ରମିକ, ଆଶା, ଅଙ୍ଗନବାଡ଼ି, ଗାଁ ସାଥୀ ସମେତ ସମସ୍ତ ସ୍କିମ ଶ୍ରମିକ, କୋଇଲା ଶ୍ରମିକ ନିର୍ମାଣ ଶ୍ରମିକ ସମେତ ସମସ୍ତ ଅସଙ୍ଗଠିତ ଶ୍ରମିକ ଶହ ଶହ ଶ୍ରମିକ ଏହି ଧର୍ମଘଟରେ ସାମିଲ ହେବାକୁ ଆହ୍ୱାନ କରାଯାଇଛି ।

jittmm
Leave A Reply

Your email address will not be published.