ommm
jittmm

ସ୍ମୃତିର ଓଡିଶା ଟ୍ରଷ୍ଟ ପକ୍ଷରୁ ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ମୃତିର ଓଡ଼ିଶା ତରଫରୁ ଡ଼କ୍ଟର ରଜନୀକାନ୍ତ ମିଶ୍ରଙ୍କ ଆବାହକତ୍ୱରେ ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ ପୁରୀର ୟୁଥ ହଷ୍ଟେଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସଭାପତି ବିନୋଦ ପଣ୍ଡା, ସୁରେଶ ଚନ୍ଦ୍ର ବାରିକ, ଗୌରହରି ପ୍ରଧାନ, ବିନି ସାମଲ, ସୋମ୍ୟ ରଞ୍ଜନ ଦାସ, ରାଜକିଶୋର ନାୟକ ପ୍ରମୁଖ ଯୋଗଦାନ କରି ଆଗାମୀ କାର୍ଯ୍ୟକ୍ରମ ପାଇଁ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ । ବୈଠକର ନିଷ୍ପତି ଅନୁସାରେ ଆସନ୍ତା ଜୁଲାଇ ୨ ତାରିଖ ରୁ ୪ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ୧୬ ତମ ରଥଯାତ୍ରା ସମ୍ମାନ ଓ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ କରାଯିବ । ଏହି କାର୍ଯ୍ୟକ୍ରମ କିପରି ସୁରୁଖୁରୁରେରେ ହୋଇପାରିବ ଓ ସମସ୍ତ ଉଚ୍ଚପଦସ୍ତ ରାଜନୈତିକ ନେତା ମାନେ ଆସି ଏଠାରେ ଏବଂ ଦର୍ଶକ ମାନେ ଏହାକୁ ବେଶ ମନଭରି ଉପଭୋଗ କରିବେ ତାହା ଉପରେ ସାଂସଦ ଶ୍ରୀ ଖୁଣ୍ଟିଆ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏହା ସହ ଲବ୍ଧ ପ୍ରତିଷ୍ଠିତ ଗାୟକ ମାନଙ୍କ ସହ ପୁରୀ ସହରର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୫ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବା ପାଇଁ ସ୍ଥିର କରାଯାଇଛି । ସଭା ଶେଷରେ ଅନୁଷ୍ଠାନର ସମ୍ପାଦକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.