ବଲାଙ୍ଗିର ଜିଲ୍ଲା ଶିଳ୍ପ ସଂଘ ଓଏସ୍‌ମେ ଶାଖାର ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥାନୀୟ ଭଗବତି ଇଣ୍ଡଷ୍ଟ୍ରି ପରିସରରେ ବଲାଙ୍ଗିର ଜିଲ୍ଲା ଶିଳ୍ପ ସଂଘ ଓଏସ୍‌ମେର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସଭାପତି ପ୍ରକାଶ ନେପାକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ସରକାର ବଲାଙ୍ଗିରଠାରେ ଟେକ୍ସଟାଇଲ ପାର୍କ ସ୍ଥାପନ ପାଇଁ ନିଷ୍ପତ୍ତି ନେଇଥିବା ତଥା ଦେଓଗାଁ ଚିନି କାରଖାନା ପୁନଃ କାର୍ଯ୍ୟକ୍ଷମ କରିବା ପ୍ରଚେଷ୍ଟାକୁ ସ୍ୱାଗତ କରିବା ସହ ବଲାଙ୍ଗିର ଦାଦନ ସମସ୍ୟା ସମାଧାନ ପାଇଁ କିଛିଟା ସହାୟକ ହେବ ବୋଲି ଆଶା ପ୍ରକାଶ କରାଯାଇଥିଲା । ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର ଇଡକୋ ଦ୍ୱାରା ଜମି ପ୍ରଦାନ କରାଯାଇଥିବା ଜମିର ବର୍ଷ ବର୍ଷ ଧରି କିସମ ସଂଶୋଧନ କରିବା ବିଷୟରେ ବଲାଙ୍ଗିର ଶିଳ୍ପ ସଂଘ ବାରମ୍ବାର ଦାବି ଜଣାଉଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର ଇଡକୋ ବଲାଙ୍ଗିର କର୍ଣ୍ଣାପତ କରୁନଥିବାରୁ କ୍ଷୋଭ ପ୍ରକାଶ କରାଯାଇଥିଲା ଏବଂ ଆଗାମୀ ଦିନରେ ସଂଘ ଆନ୍ଦୋଳାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ଆଲୋଚନା ହୋଇଥିଲା । ସଂଘର ସଂପାଦକ ଦିବ୍ୟଜ୍ୟୋତି ପୁରୋହିତ ଆସନ୍ତା ଅଗଷ୍ଟ ୧୨ ତାରିଖରେ ଭୁବନେଶ୍ୱରରେ ହେବାକୁ ଥିବା ଓଏସ୍‌ମେର ୪୦ ତମ ପ୍ରତିଷ୍ଠା ଦିବସ ରେ ଯୋଗଦାନ ସହ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ତଥା ରାଜସ୍ୱ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିବା ପ୍ରସ୍ତାବ ଆଗତ କରିଥିଲେ । ସଂଘର ଉପ-ସଭାପତି ସବ୍ୟସାଚୀ ମାଝି ଓ ଓଏସ୍‌ମେର ପ୍ରାନ୍ତୀୟ ଅଧ୍ୟକ୍ଷ ସିଦ୍ଧଶ୍ୱର ମିଶ୍ର ଦ୍ୱାରା ଦେଇଥିବା ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ଓଏସ୍‌ମେର ସହ ସମ୍ପାଦକ ମୁସ୍କନ, କୋଷାଧ୍ୟକ୍ଷ ଆଲୋକ ମହାନ୍ତି, ବରିଷ୍ଠ ସଭ୍ୟ କୁଳଭୂଷଣ ପୁରୋହିତ, ରାଜ କିଶୋର ପଟେଲ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.