ଜୀବନବୀମା ନିଗମ, ଅବସରପ୍ରାପ୍ତ ଅଫିସର ସଂଘର ସ୍ୱତନ୍ତ୍ର ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ସର୍ବଭାରତୀୟ ଜୀବନ ବୀମା ପ୍ରଥମ ଶ୍ରେଣୀ ଅବସରପ୍ରାପ୍ତ ଅଫିସର ସଂଘର ଓଡିଶା ଶାଖା ଅଧିନସ୍ଥ ସମ୍ବଲପୁର ମଣ୍ଡଳ ୟୁନିଟ ତରଫରୁ ରାଉରକେଲା ଠାରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଶାଖାର କାର୍ଯ୍ୟକାରୀ ସଦସ୍ୟ ନୃସିଂହ ଚରଣ ବିଶ୍ଵାଳଙ୍କ ନେତୃତ୍ବରେ ରାଉରକେଲାର ସଦସ୍ୟ ସଦସ୍ୟା ମାନଙ୍କ ଦ୍ଵାରା ପରିଚାଳିତ ଏହି ବୈଠକରେ ରାଜ୍ୟ ଉପସଭାପତି ରାମାନୁଜ ପଣ୍ଡା, ରାଜ୍ୟ ଯୁଗ୍ମ ସମ୍ପାଦକ ଦୋଳଗୋବିନ୍ଦ ପଣ୍ଡା, ସମ୍ବଲପୁର ୟୁନିଟ୍ ସଂପାଦକ ସିତାଂଶୁ ଶେଖର ପଟ୍ଟନାୟକଙ୍କ ସମେତ ପଶ୍ଚିମ ଓଡ଼ିଶାର ବହୁ ଅବସରପ୍ରାପ୍ତ ଅଧିକାରୀ ଯୋଗଦାନ କରିଥିଲେ । ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ଏହି ବୈଠକରେ ଯୋଗଦାନ କରିଥିବା ସଦସ୍ୟ ସଦସ୍ୟା ମାନଙ୍କୁ ରାଉରକେଲା ଅବସର ପ୍ରାପ୍ତ ଅଧିକାରୀ ମାନଙ୍କ ଦ୍ଵାରା ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହିଅବସରରେ ଅବସର ପ୍ରାପ୍ତ ଅଧିକାରୀ ମାନଙ୍କ ବିଭିନ୍ନ ସମସ୍ୟା, ସରକାରୀ ସ୍ତରରେ ତଥା କୋର୍ଟ କଚେରୀରେ ଅଟକିଥିବା ବିଭିନ୍ନ ଆର୍ଥିକ ଓ ପେନସନ ଉନ୍ନତିକରଣ ସମସ୍ୟା ବାବଦରେ ଆଲୋଚନା କରଯାଇଥିଲା । ଏହିଅବସରରେ ରାମାନୁଜ ପଣ୍ଡାଙ୍କ ଦ୍ୱାରା ଲିଖିତ ଦୁଇଟି ପୁସ୍ତକ, ଗାନ୍ଧୀ କାହିଁକି ମହାତ୍ମା, ମହାପୁରୁଷ ସ୍ମରଣେ, ତାଙ୍କ ଦ୍ୱାରା ସମ୍ପାଦିତ ଓଡ଼ିଶା ଗୈାରବଚନ୍ଦ୍ର ଶେଖର ବେହେରାଙ୍କ ବାବଦରେ ଏକ ପୁସ୍ତକ ଉନ୍ମୋଚନ କରାଯିବା ସଙ୍ଗେ ସଙ୍ଗେ ବସନ୍ତ କୁମାର ନାଥଙ୍କ ଲିଖିତ ଏକ କବିତା ପୁସ୍ତକ ତୁମେ ଆସିବ ବୋଲି ଲୋକାର୍ପଣ କରାଯାଇଥିଲା । କବିତା ପାଠ, କଣ୍ଠ ସଙ୍ଗୀତ, ବ୍ୟଙ୍ଗ କବିତା ପାଠ ମାଧ୍ୟମରେ ବୈଠକରେ ଉପସ୍ଥିତ ସଦସ୍ୟ ସଦସ୍ୟା ମାନେ ନୂତନ ଅନୁଭବ ବାଣ୍ଟିଥିଲେ ଓ ଭାବ ବିନିମୟ କରିଥିଲେ ।ସଂଘ ଦ୍ୱାରା ବିଭିନ୍ନ ସାମାଜିକ କାମ ବାବଦରେ ଆଲୋଚନା କରାଗଲା ।ଏହି ବୈଠକରେ ସରୋଜିନୀ କୁଜୁର, ସୁରେଶ ବେକ୍, ଦେବେନ୍ଦ୍ର ପ୍ରସାଦ ମହାପାତ୍ର, କଳିଙ୍ଗ ସେନ ରଥ,ବ୍ରିଜଲାଲ୍ ସୋରେନ, ଲାଧୁରାମ୍ କେରକେଟା, ସୁବୋଧ ଆଚାର୍ଯ୍ୟ, ବୃନ୍ଦାବନ ରାଉତ, ଟେଲିସଫର୍ ମିଞ୍ଜ, ରୁଦ୍ରନାରାୟଣ ଶତପଥୀ, ଧ୍ରୁବ ଚରଣ ହୋତା, ଫ୍ରାନସିସ ବରୱା, ବି ଏନ ସମଦ, ଜୟାନନ୍ଦ ପ୍ରଧାନ, କିଶୋର କୁମାର ସାହୁ, ସନାତନ ଦୋରା, ଶ୍ରୀକାନ୍ତ କୁମାର ପାଢ଼ୀ, ଦୃବାଦଳ କରାଲି, ଲୋକନାଥ ଜାମୁଡ଼ା ପ୍ରମୁଖ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଶ୍ରୀ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.