ଡାହିମାଲ କ୍ଲଷ୍ଟରର‌ ଦ୍ଵିତୀୟ କ୍ଳଷ୍ଟର ସ୍ତରୀୟ ମାସିକ ବୈଠକ ଆୟୋଜିତ

ତୁଷୁରା, (ଖୁସିରାନୀ ସାହୁ) : ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜମ୍ଭେଲଠାରେ ଡାହିମାଲ କ୍ଲଷ୍ଟରର‌ ଦ୍ଵିତୀୟ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ପ୍ରଧାନ ଶିକ୍ଷକ କ୍ରିଷ୍ଣା ଭୋଇଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଯାଇଛି । ଏଥିରେ ସ୍ଥାନୀୟ ଡାହିମାଲକ୍ଲଷ୍ଟରର ସିଆର୍‌ସିସି ପ୍ରହଲ୍ଲାଦ ଦଣ୍ଡସେନା ଯୋଗ ଦେଇ ମାସିକ ବୈଠକର ଉଦ୍ଦେଶ୍ୟ, ଲକ୍ଷ୍ୟ ଓ ପ୍ରଗତି, କାର୍ଯ୍ୟକ୍ରମ, ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ, ଶିଶୁ ବାଟିକା, ସାମଗ୍ରିକ ପ୍ରଗତି ପତ୍ର, ଅଗଷ୍ଟ ମାସର ଶୈକ୍ଷିକ କ୍ୟା୍ଲେଣ୍ଡେର, ଏଜେଣ୍ଡା, ଜୁଲାଇ ମାସର ମାସିକ ବୈଠକର ପୁନରାଲୋଚନା, ବିଦ୍ୟାଳୟ ପରିଦର୍ଶନ ଓ ସୁଚିନ୍ତିତ ମତାମତ ପ୍ରଦାନ, ଉପରେ ଆଲୋଚନା କରିଥିଲେ । ପ୍ରଧାନ ଶିକ୍ଷକ ଦେବରାଜ ଝାଙ୍କର, ଦେବରାଜ ମାଝୀ, ରାଜକିଶୋର ଝାଙ୍କର ପ୍ରମୁଖ ଯୋଗଦେଇ ନିସ୍ୱ ମତ ତଥା ଉଦ୍ଦେଶ୍ୟ ଜ୍ଞାପନ ପୋଷଣ କରିଥିଲେ । ପ୍ରଧାନଶିକ୍ଷକ ପୀତବାସ ମହାଲିଙ୍ଗ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ପ୍ରଧାନ ଶିକ୍ଷକ କଳାକୃଷ୍ଣ କୁମୁରା ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷୟତ୍ରୀ ସଂଗୀତା ପ୍ରଧାନ ବହୁ ଶ୍ରେଣୀ ପାଠ ଟୀକା ମୋଳିକ ସାକ୍ଷରତା ଓ ପ୍ରଧାନ ଶିକ୍ଷକ ମନୋରଞ୍ଜନ ଭୋଇ ସଂଖ୍ୟାଜ୍ଞାନ ଉପରେ ଶିକ୍ଷାଦାନ ଦେଇଥିଲେ । ପ୍ରଧାନ ଶିକ୍ଷକ ଜଗବନ୍ଧୁ ଭୋଇ, ପ୍ରସାଦ କୁମାର ପଟ୍ଟନାୟକ ଝାଙ୍କର, ପ୍ରଶାନ୍ତ କୁମାର ସୁନା, ସୁଶାନ୍ତ କୁମାର ମେହେର, ଚମରୁ ଥପା, ପୁଷ୍ପା ମାଝୀ, ଅଶୋକ ଝାଙ୍କର, ଉମାଶଙ୍କର ଝାଙ୍କର, ସରୋଜ କୁମାର ରଣା କାଳୁଚରଣ ସେଠି, ରିଙ୍କୁ ସାହୁ , ସବ୍ୟସାଚୀ ଡାଙ୍ଗ, ମଧୁମିତା ଶାମଲ, ଦୀନେଶ ସାହୁ, ପୁରୁଷୋତ୍ତମ ଭୋଇ ,ସଂଗୀତା ପ୍ରଧାନ ହେମସାଗର ଷଡ଼ଙ୍ଗୀ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । ପର୍ଯ୍ୟବେକ୍ଷକ ଭାବେ ଗୁଡଭେଲା ବ୍ଲକର କାର୍ଯ୍ୟରତ ସଂଯୋଜିକା ତଥା ଡାଏଟ ପ୍ରଶିକ୍ଷିକା ସାମ୍ରାଜ୍ଞୀ ଐଶ୍ଚର୍ଯ୍ୟା ମିତ୍ରା ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନର ଉଦ୍ଦିଷ୍ଟ ଶିକ୍ଷଣସୋପାନ ଓ ପରବର୍ତ୍ତୀ ମାସିକ ବୈଠକ ସୋମବାର କରାଇବା ଉପରେ ସଂଦେହ ମୋଚନ କରିବା ସହ ସୁଚିନ୍ତିତ ମତାମତ ଦେଇ ସମସ୍ତଙ୍କୁ ଉତ୍ସାହିତ ଓ ପ୍ରେରଣା ଦେଇଥିଲେ ।

jittmm
Leave A Reply

Your email address will not be published.