୭୯ତମ ସ୍ୱାଧିନତା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ଓ ଆଲୋଚନ ବୈଠକ

ଜୟପାଟଣା, (ଶେଷଦେବ ବେହେରା) ଜୟପାଟଣା ଉମାଶଙ୍କର ହାଇସ୍କୁଲ୍ ପ୍ରାଙ୍ଗଣରେ ପ୍ରତି ବର୍ଷ ଭଳି ଏ ଥର ମଧ୍ୟ ଜାତୀୟ ଦିବସ ପାଳନ କମିଟି (ଏନଡିସିସି) ତରଫରୁ ୭୯ତମ ସ୍ୱାଧିନତା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ଓ ଆଲୋଚନ ବୈଠକ  ଆୟୋଜିତ ହୋଇଥିଲା । ଏଥିରେ ଜୟପାଟଣା ତହସିଲଦାର ତଥା ଜାତୀୟ ଦିବସ ପାଳନ କମିଟି ସଭାପତି ରଘୁନାଥ ମୁଣ୍ଡାରୀଙ୍କ ଅଧ୍ୟକ୍ଷତାରେ ସୁରେନ୍ଦ୍ର ମୋହନ ଯୋଶୀ(ଅତିରିକ୍ତ ଗୋଷ୍ଠୀ ଶିକ୍ଷ୍ୟା ଅଧିକାରୀ) ଜୟପାଟଣା, ବିକ୍ରମ ମାଝୀ, ପ୍ରଧାନ ଶିକ୍ଷକ ଉମାଶଙ୍କର ଉଚ୍ଚ ବିଦ୍ୟାଳୟ ସମ୍ପାଦକ(ଏନଡିସିସି), ଉମାକାନ୍ତ ପଣ୍ଡା ପ୍ରଧାନ ଶିକ୍ଷକ ଏସ୍‌ଏସ୍‌ଡି ଖଲିଆ ଭଟା, ପ୍ରତାପ ଦାସ ଅଧିକାରୀ ଅଧ୍ୟାପକ, ଗଙ୍ଗାଧର ମାଝୀ, ଅବସର ପ୍ରାପ୍ତ ଅଧିକାରୀ, ପ୍ରମୁଖ ଉପସ୍ଥିତ ଥିବା ବେଳେ ଅଞ୍ଚଳର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନର ପ୍ରତିନିଧି, ବିଭିନ୍ନ ଶିକ୍ଷ୍ୟାନୁଷ୍ଠାନର ଶିକ୍ଷକ ଓ ଶିକ୍ଷୟତ୍ରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ତଥା ନେତ୍ରୁ ମଣ୍ଡଳୀ ଏବଂ କମିଟିର ସଦସ୍ୟ ଉପସ୍ଥିତ ହୋଇ ଗତ ସାଧାରଣ ତନ୍ତ୍ର ଦିବସ ପାଳନର ସମସ୍ତ ବିଷୟରେ ଆଲୋଚନା ପୂର୍ବକ ସଫଳତା ପାଇଁ ସମସ୍ତ ଅନୁଷ୍ଠାନ, କାର୍ଯ୍ୟ କର୍ତ୍ତା, ଓ ସଦସ୍ୟଙ୍କୁ ଧନ୍ୟବାଦ ଦେଇ ଆସନ୍ତା ସ୍ୱାଧିନତା ଦିବସକୁ ସୁଚାରୁ ରୂପେ ପାଳନ କରିବା ପାଇଁ ମତ ପ୍ରକାଶ ପାଇଥିଲା । ଏ ଅବସରରେ କମିଟିର ମୁଖ୍ୟ ସଂଯୋଜକ ପ୍ରକାଶ ଦୂରିଆ ଓ ବିଭିନ୍ନ ବିଭାଗ ସଂଯୋଜକ ଏବଂ କାର୍ଯ୍ୟକର୍ତ୍ତା ଦିବାକର ପଟ୍ଟନାୟକ, ସିଦ୍ଧାର୍ଥ ମିଶ୍ର, କୃଷ୍ଣ ଚନ୍ଦ୍ର ରାଉତ, ପ୍ରଦୀପ ସରାବୁ, ମାନସ ରଞ୍ଜନ ପଣ୍ଡା, ପ୍ରଶାନ୍ତ ପଣ୍ଡା ସୁଧାକର ପଣ୍ଡା, ଚୈତନ୍ୟ ସେଠୀ, ଦୁର୍ଗାପ୍ରସାଦ ସାହୁ, ସଂଜିତ୍ ନାଏକ, ପିଇଟି ରଘୁନାଥ ହେମ୍ରମ, ତରୁଣ ନାଗ, ମୁଖ୍ୟ ମାର୍ଶାଲ ସତ୍ୟାନନ୍ଦ ମାଝୀ ସମସ୍ତେ ଉତ୍ସବକୁ ସଫଳ କରିବା ପାଇଁ ନିଜର ସଦୟ ମତ ପ୍ରକାଶ କରିଥିଲେ । ଦିବାକର ପଟ୍ଟନାୟକ  ପରିଚାଳନା , ମାନସ ରଞ୍ଜନ ପଣ୍ଡା ସ୍ୱାଗତ ଅଭି ଭାଷଣ, ପ୍ରତାପ ଦାସ ଅଧିକାରୀ ବିବରଣୀ ଉପସ୍ଥାପନା କରିଥିବା ବେଳେ ସିଦ୍ଧାର୍ଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.