ବଇରାସର କ୍ଲଷ୍ଟର ସ୍ତରୀୟ ପ୍ରଥମ ମାସିକ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବଇରାସର ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ବଇରାସର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରଞ୍ଜିତ ମିଶ୍ରଙ୍କ ତତ୍ତ୍ୱାବଧାନରେ ଦଶ ଟି ବିଦ୍ୟାଳୟର, ମୌଳିକ ସଂଖ୍ୟା ଜ୍ଞାନ ଓ ଶିକ୍ଷକ ଶିକ୍ଷୟିତ୍ରୀ ଓ ପ୍ରଧାନ ଶିକ୍ଷକ ଯୋଗଦେଇଥିଲେ । ଏହି ବୈଠକ ବଇରାସର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ସର୍ବ ପ୍ରଥମେ ଶିକ୍ଷକ ଶିକ୍ଷୟିତ୍ରୀମାନେ ମା ବାଗ୍‌ଦେବୀ ଓ ଗଣେଶଙ୍କ ଫଟୋ ଚିତ୍ରରେ ଧୂପଦୀପ ଓ ପୁଷ୍ପମାଲ୍ୟ ପ୍ରଦାନ କରି ପ୍ରାର୍ଥନା ଗାନ କରିଥିଲେ । ବୈଠକ ଆରମ୍ଭରେ ରଞ୍ଜିତ ମିଶ୍ର ଲକ୍ଷ୍ୟ, ଉଦ୍ଦେଶ୍ୟ ଜ୍ଞାପନ କରିବାସହ ଜୁଲାଇ ମାସର କାର୍ଯ୍ୟକ୍ରମକୁ ବୁଝାଇ ଥିଲେ । ପ୍ରଥମରୁ ତୃତୀୟ ଶ୍ରେଣୀର ମୌଳିକ ସାକ୍ଷରତା, ମୌଳିକ ସଂଖ୍ୟାଜ୍ଞାନ ଓ ସମୟ ସାରଣୀ, କାର୍ଯ୍ୟସୂଚୀ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଭାଗ ନେଇଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଶିଶୁ ବାଟିକା ସହାୟକ ପୁସ୍ତିକା ଓ କାର୍ଯ୍ୟପୁସ୍ତିକା ସମ୍ୱନ୍ଧରେ ଆଲୋଚନା କରିଥିଲେ । ଜୁଲାଇ ମାସର ଶୈକ୍ଷିକ କ୍ୟାଲେଣ୍ଡର, ବହୁଶ୍ରେଣୀ ପରିଚାଳନା, ନମୁନା ପାଠ ଟୀକା ,ଶିକ୍ଷକଙ୍କ ଦ୍ଵାରା ପାଠ ଟୀକା ପ୍ରସ୍ତୁତି ଓ ଉପସ୍ଥାପନା କରିଥିଲେ । ଛେମତଲାର ପ୍ରଧାନ ଶିକ୍ଷକ ଦେବରାଜ ପାଣଗ୍ରାହୀଙ୍କ ଦ୍ଵାରା ଏକ ସୁନ୍ଦର ଶିଶୁ ଗୀତ ପରିବେଷଣ ହୋଇଥିଲା । ତତ୍ ପରେ ବିଦ୍ୟାଳୟ ପରିଦର୍ଶନ କରିବା ସହିତ ସକାରାତ୍ମକ ପ୍ରତିକ୍ରିୟା ରଖିଥିଲେ । ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ଆଧାରିତ ଗଣିତ ଶିକ୍ଷଣ କାର୍ଯ୍ୟ ଶିକ୍ଷୟିତ୍ରୀ ଅସ୍ମିତା ମକ୍ଷହାଣକ୍ଷ ଓ ଗୀତା ରଥଙ୍କ ଦ୍ଵାରା ଉପସ୍ଥାପିତ ହୋଇଥିଲା ଶେଷରେ କାର୍ଯ୍ୟ ନିର୍ଘଣ୍ଟ, ବିଦ୍ୟାଳୟ ବିକାଶ ଯୋଜନା, ବିଦ୍ୟାଳୟ ସୁରକ୍ଷା ଓ ନିରାପତ୍ତା ଯୋଜନା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ପୂର୍ଣ୍ଣଚନ୍ଦ୍ର ମେହେର ଓ ସୁଶୀଲ ମହଲା କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ବଇରାସର ପ୍ରଧାନ ଶିକ୍ଷକ ରଘୁବଳ ସୁନା ଧନ୍ୟବାଦ ଅର୍ପଣ କରି ବୈଠକ ସଙ୍ଗ କରାଯାଇଥିଲା ।

jittmm
Leave A Reply

Your email address will not be published.