ସୋମବାର ଦିଲ୍ଲୀରେ ଓଡିଶା କଂଗ୍ରେସ ବୈଠକ

ଭୁବନେଶ୍ୱର : ସୋମବାର ଦିଲ୍ଲୀରେ ଓଡ଼ିଶା କଂଗ୍ରେସ ସମ୍ପର୍କିତ ବୈଠକ ଅନୁଷ୍ଠିତ ହେବ । ଜିଲ୍ଲା କଂଗ୍ରେସ ସଭାପତି ଚୟନ ପାଇଁ ଆରମ୍ଭ ହେବ କସରତ । ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୈଠକରେ ଅଧ୍ୟକ୍ଷତା କରିବେ । ବୈଠକରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ମହାସଚିବ କେ ସି ବେନୁଗୋପାଳ ମଧ୍ୟ ଯୋଗ ଦେବେ । ତେବେ ଏହି ବୈଠକରେ ଯୋଗ ଦେବା ପାଇଁ ପିସିସି ସଭାପତି ଭକ୍ତ ଚରଣ ଦାସ, ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ ପ୍ରମୁଖଙ୍କୁ ଦିଲ୍ଲୀରୁ ଡାକରା ଆସିଛି । ଏହା ସହିତ “ସଂଗଠନ ସୃଜନ” ପାଇଁ ଏଆଇସିସି ପକ୍ଷରୁ ନିଯୁକ୍ତ ହୋଇଥିବା ୩୫ଜଣ ପର୍ଯ୍ୟବେକ୍ଷକ ମଧ୍ୟ ବୈଠକରେ ରହିବେ ବୋଲି ବରିଷ୍ଠ କଂଗ୍ରେସ ନେତା ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.