ଆଗଲପୁର, (ବିମଳେନ୍ଦୁ ସାହୁ ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ବକଟି ଗ୍ରାମରେ ପରବାସି କୁଟୁମର ନୂଆଁଖାଇ ଭେଟ କାର୍ଯ୍ୟକ୍ରମ ଆସନ୍ତା ୩୧.୦୮.୨୦୨୫ ରବିବାର ଦିନ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ପରବାସି କୁଟୁମର ସଂପାଦକ ସଚ୍ଚିଦାନନ୍ଦ ପଧାନଂକ ସଭାପତିତ୍ୱରେ ଦ୍ୱିତୀୟ ପ୍ରସ୍ତୁତି ବୈଠକ ସ୍ଥାନୀୟ ଭାଗବତ ମଂଦିରଠାରେ ଅନୁଷ୍ଠିତ ହେଇଯାଇଛି । ଉକ୍ତ ବୈଠକରେ ଗ୍ରାମର ଯୁବକ ମାନଂକ ସହିତ ପରବାସି କୁଟୁମ କୋଷାଧ୍ୟକ୍ଷ ଗଣେଶ ମେହେର, ବରିଷ୍ଠ ସଭ୍ୟ ମନୋରଂଜନ ପୁରୋହିତ, ମହେନ୍ଦ୍ର ପଟେଲ ଓ ଦେବାଶିଷ ମେହେର ଯୋଗ ଦେଇଥିଲେ । ନୁଆଁଖାଇ ଭେଟ ପାଇଁ ସ୍ଥାନ ଚୟନ, ବିଭିନ୍ନ ବ୍ୟକ୍ତି ବିଶେଷକୁ ସମ୍ବର୍ଦ୍ଧନା, ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାଧାରଣ ଜ୍ଞାନ, ରଚନା ଓ କୁଇଜ୍ ପ୍ରତିଯୋଗିତା, କବିତା ଆସର, ପୁସ୍ତକ ଉନ୍ମୋଚନ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ପାଇଁ ଆଲୋଚନା କରାଯାଇଥିଲା । ଗ୍ରାମର ସାହିତ୍ୟ, ସଂସ୍କୃତି ଓ ପରମ୍ପରା ପ୍ରେମୀ ଯୁବକମାନେ ବକଟି ଗ୍ରାମର ସମସ୍ତଙ୍କ ସହଯୋଗ ନେଇ ଏହି ନୁଆଁଖାଇ ଭେଟ କାର୍ଯ୍ୟକ୍ରମକୁ ଧୁମ୍ଧାମ୍ରେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

Next Post