ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସହର ସେକ୍ଟର-୨୧ ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଏକ ବୈଠକ ଆୟୋଜନ କରାଯାଇଥିଲା । ଏହି ବୈଠକରେ ବରିଷ୍ଠ କଂଗ୍ରେସ ନେତା ଏବଂ ବରିଷ୍ଠ ଏସସି ସେଲ୍ ଅଧିକାରୀମାନଙ୍କ ସମେତ ଶହ ଶହ ମହିଳା ଏବଂ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ । ଏହି ବୈଠକରେ ବୈଠକରେ ଓଡିଶାର ସାମ୍ପ୍ରତିକ ପରିସ୍ଥିତିକୁ ନେଇ ବାଲେଶ୍ୱର ଏଫ୍ ଏମ୍ କଲେଜ ଛାତ୍ରୀ ଆତ୍ମାହୂତୀ ଘଟଣାରେ ସରକାରଙ୍କ ଭୂମିକା ଏବଂ ପୁରୀ ବଳଙ୍ଗା ଛାତ୍ରୀଙ୍କ ଉପରେ କିରୋସିନି ଢାଳି ନିଆଁ ଲଗାଇବା ଘଟଣାରେ ସରକାର ଏପର୍ଯ୍ୟନ୍ତ ଅପରାଧିଙ୍କୁ ନଧରିପାରିବା ବିଷୟରେ ଉଲ୍ଲେଖ କରି ମୁଖ୍ୟ ଅତିଥି ତଥା ରାଜ୍ୟ ଅନୁସୂଚିତ ଜାତି ସଭାପତି ମାନସ ମଲ୍ଲିକ କଂଗ୍ରେସ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିଥିଲେ । ଏହି ବୈଠକରେ ରାଉରକେଲା ଏସ୍ ସି ସେଲ୍ ସଭାପତି ଦିବାକର ଦୀପ, ପୂର୍ବତନ ଜିଲ୍ଲା ସଭାପତି ରବି ରାୟ, ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ ପ୍ରବୋଧ ଦାସ, ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ ସବୀର ହୁସେନ, ଯୁବ ନେତା ଶିବୁ ଦୀପ୍, ସେବା ଦଳର ବୁଲୁ ଦାସଙ୍କ ସମେତ ବନମାଳୀ ବିଶୋଇ, ଆଦେଶ ସୁନା, ରାଜୁ ଜୟପୂରିଆ, ବିନୋଦ ତନ୍ତୀ, ରାଜ୍ୟ ଏସସିସେଲ ଉପସଭାପତି ଗଜେନ୍ଦ୍ର ତନ୍ତୀ, ରାଉରକେଲା ଏସ ସି ସେଲ୍ ରଂଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।
