ଦକ୍ଷିଣ ସମ୍ଭାଗ ପ୍ରଧାନାଚାର୍ଯ୍ୟ ଓ ସମ୍ପାଦକ ବୈଠକ ଅନୁଷ୍ଠିତ

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଜୟପାଟଣା ପରିସରରେ ଜୁଲାଇ ମାସ ୧୯ତାରିଖ ଦିନ ଦକ୍ଷିଣ ସମ୍ଭାଗ ଅନ୍ତର୍ଗତ ସଂଭାଗ ସୁରୀୟ ପ୍ରଧାନାଚାର୍ଯ୍ୟ ଓ ସମ୍ପାଦକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜୟପାଟଣା ଶିଶୁ ବିଦ୍ୟା ମନ୍ଦିରର ଉପଦେଷ୍ଟା ତଥା ମାର୍ଗ ଦର୍ଶକ ପ୍ରଦ୍ୟୁମ୍ନ ପଣ୍ଡା ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ଶିକ୍ଷା ବିକାଶ ସମିତି ଓଡ଼ିଶା କୋଷାଧ୍ୟକ୍ଷ ସତ୍ୟ ନାରାୟଣ ପଟ୍ଟନାୟକ ଯୋଗଦେଇ ଶିକ୍ଷା କ୍ଷେତ୍ରରେ ଅଗ୍ରଗାମୀ ଶିଶୁ ମନ୍ଦିରର ଭୂମିକା ଗୁରୁତ୍ୱପୂର୍ଣ୍ଣ ତଥା ନୂତନ ଶିକ୍ଷା ନୀତି ୨୦୨୦ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦିବାଂଗତ ଶିଶୁ ଭାଇ ଭଉଣୀ ଆଚାର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଶିକ୍ଷା ବିକାଶ ସମିତି ଦ୍ୱାରା ଆୟୋଜିତ ପ୍ରାଦେଶିକ ମେଧା ଓ ଭାରତୀ କୃଷ୍ଣ ଗଣିତ ପ୍ରତିଭାରେ କୃତିତ୍ୱ ହାସଲ କରିଥିବା ଶିଶୁ ଭାଇ ଭଉଣୀଙ୍କୁ ସମ୍ବନ୍ଧିତ କରାଯାଇଥିଲ। । ଦକ୍ଷିଣ ସମ୍ଭାଗ ସଭାପତି ରୂପ ସିଂ ରାଉତ ସମ୍ଭାଗ ସହ ସଂଯୋଜକ ସୁଶାନୁ ପାଣିଗ୍ରାହୀ ଜୟପାଟଣା ଶିଶୁ ମନ୍ଦିର ପରିଚାଳନା କମିଟିର ସଭାପତି ଶିଳ୍ପପତି ସୁବାସ ଚନ୍ଦ୍ର ମୁଣ୍ଡ, ଶିକ୍ଷା ବିକାଶ ସମିତି, ଓଡିଶା ମାଧ୍ୟମିକ ବିଭାଗ ଶୈକ୍ଷିକ ସଂଯୋଜକ ଆଶିଷ ରଥ, କୋରାପୁଟ ବିଭାଗ ନିରୀକ୍ଷକ ମାଧବ ଶତପଥି ସହ ବିଭାଗ ନିରୀକ୍ଷକ ବିଷ୍ଣୁ ଚରଣ ଦାସ ଉପସ୍ଥିତ ଥିଲେ ଏବଂ କଳାହାଣ୍ଡି ବିଭାଗ ନିରୀକ୍ଷକ ବିପିନ ବିହାରୀ ମିଶ୍ର କାର୍ଯ୍ୟକ୍ରମକୁ ତଦାରଖ କରି ଥିଲେ । କଳାହାଣ୍ଡି ଓ କୋରାପୁଟ ଜିଲ୍ଲା ୧୩ଟି ସଂକୂଳରୁ ୧୦୬ଟି ଶିଶୁ ବିଦ୍ୟା ମନ୍ଦିରରୁ ୯୮ ଜଣ ପ୍ରଧାନାଚାର୍ଯ୍ୟ ୭୮ଜଣ ସଂପାଦକ ପୂର୍ଣ୍ଣ କାଳୀନ କାର୍ଯ୍ୟ ବର୍ଷା ସଂକୁଳ ପ୍ରମୁଖ ଜିଲ୍ଲା ପ୍ରମୁଖ ମୋଟ ୨୦୫ ଜଣ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଦକ୍ଷିଣ ସମ୍ଭାଗ ସଂଯୋଜକ ସୁକାନ୍ତ କୁମାର ବେହେରା ମଞ୍ଚାସୀନ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିବାବେଳେ ଜୟପାଟଣା ଶିଶୁ ବିଦ୍ୟା ମନ୍ଦିରର ସଂପାଦକ ସିଦ୍ଧାର୍ଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.