ଟିଟିଲାଗଡ଼ର ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଚଳିତ ମାସ ୨୭ ତାରିଖକୁ ରଥ ଯାତ୍ରା । ଏଥିପାଇଁ ଟିଟିଲାଗଡ଼ ଉପଜିଲ୍ଲାପାଳ ତଥା ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀ ଶ୍ରୀ ଦଧିବାମନ ଓ ଧବଳେଶ୍ଵର ଟ୍ରଷ୍ଟ କାର୍ଯ୍ୟାଳୟ ପକ୍ଷରୁ ସୋମବାର ସଂଧ୍ୟାରେ ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟ ସଭା ଗୃହଠାରେ ଏନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ ଖେତ୍ରୀ, ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ପୌର ପରିଷଦର ଅଧ୍ୟକ୍ଷା ମମତା ଦେବୀ ଜୈନ, ଟ୍ରଷ୍ଟି ସଞ୍ଜୀବ ପାଢ଼ୀ, ଭବାନୀ ପ୍ରସାଦ ହୋତା, ଏସ୍‌ଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନ, ସାଂସଦ ପ୍ରତିନିଧି ପ୍ରଶାନ୍ତ ଷଡ଼ଙ୍ଗୀ, ସହାୟକ ଜିଲ୍ଲାପାଳ ସନ୍ଦୀପ ଚନ୍ଦ୍ରକାର ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରସ୍ତୁତି ବୈଠକରେ ଟ୍ରଷ୍ଟର କମ୍ବୁପାଣି ପାଢ଼ୀ, ପୋଲିସ, ଅବକାରୀ ତଥା ବିଭିନ୍ନ ବିଭାଗର ପଦାଧିକାରୀ, ଟିଟିଲାଗଡ଼ ବଣିକ ସଂଘ ସଭାପତି ଶମ୍ଭୁ ପ୍ରସାଦ ଗୋଏଲ ତଥା ବିଭିନ୍ନ ଅନୁଷ୍ଠାନର ସଦସ୍ୟମାନଙ୍କ ମତାମତ ଲୋଡ଼ିବା ସହ କିଭଳି ଶାନ୍ତିଶୃଙ୍ଖଳାର ସହିତ ରଥଯାତ୍ରା ପାଳନ କରାଯିବ ସେନେଇ ବିସ୍ତୃତ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.