oom

ମଲମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା ସମିତି ବୈଠକ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାିଙ୍ଗିର ଜିଲ୍ଲା ଅନ୍ତର୍ଗତ ପୁଇଁନ୍ତଲା ବ୍ଲକର ପ୍ରାଥମିକ ଠାରୁ ଆରମ୍ଭ କରି ମାଧ୍ୟମିକ ବିଦ୍ୟାଳୟ ପର୍ଯ୍ୟନ୍ତ ପ୍ରତ୍ୟେକ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ- ୨୦୨୫-୨୬ର ପ୍ରଥମ ଅଭିଭାବକ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମଲମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ପ୍ରଧାନ ଶିକ୍ଷକ ତଥା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରମୋଦ କୁମାର ପଟେଲଙ୍କ ଆବାହକତ୍ୱରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନନ୍ଦଳାଲ ସେଠଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ନୀଳମଣି ପଣ୍ଡା ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ପୁଇଁନ୍ତଲା ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ଶିକ୍ଷାନୀତି ସମ୍ପର୍କରେ ଅବଗତ କରାଇଥିଲେ । ବୈଠକରେ ଶ୍ରୀ ପଟେଲ ଅଭିଭାବକମାନଙ୍କୁ ସ୍ଵାଗତ ଅଭିଭାଷଣ ରଖିବା ସହିତ ସମାପ୍ତି ସୂଚକ ଆକଳନ ୦୨ (୨୦୨୪-୨୫) ର ଉପଲବ୍ଧି, ଶୈକ୍ଷିକ ଚଲେଣ୍ଡର ୨୦୨୫-୨୬, ଶିକ୍ଷାର୍ଥୀଙ୍କୁ ମାଗଣା ପାଠ୍ୟ ପୁସ୍ତକ ଯୋଗାଣ, ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା, ଅଧାରୁ ପାଠ ଛାଡୁଥିବା, ଆଦୌ ନାମ ଲେଖାଇନଥିବା, ବିଦ୍ୟାଳୟ ବାହାରେ ଥିବା ପିଲାମାନଙ୍କ ନିମନ୍ତେ ସର୍ବେକ୍ଷଣ ଓ ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଅଭିଯାନ, ପିଲାମାନଙ୍କର ଶିକ୍ଷଣ ଅଭିବୃଦ୍ଧି ନିମନ୍ତେ ଗ୍ରୀଷ୍ମ ଅବକାଶରେ ଗୃହ କାର୍ଯ୍ୟ, ଅଂଶୁଘାତ ପ୍ରତି ସାବଧାନତା, ଅଭିଭାବକମାନଙ୍କ ଠାରୁ ବିଦ୍ୟାଳୟ ଶିକ୍ଷାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଗଠନମୂଳକ ପ୍ରସ୍ତାବ ଉପରେ ଆଲୋକପାତ କରିବା ସହ ଅଭିଭାବକମାନେ ନିୟମିତ ବ୍ୟବଧାନରେ ବିଦ୍ୟାଳୟ ପରିଦର୍ଶନରେ ଆସି ଶିଶୁର ଶୈକ୍ଷିକ ଅଗ୍ରଗତି ସଂପର୍କରେ ପଚାରି ବୁଝିବାକୁ ପରାମର୍ଶ ଦେଇଥିଲେ । ଅଭିଭାବକ, ଅଭିଭାବିକା, ଏସ୍‌ଏମ୍‌ସି ସଦସ୍ୟ ସଦସ୍ୟା ଓ ଅଙ୍ଗଣାଚବାଡୀ କର୍ମୀ ମାନେ ମଧ୍ୟଯୋଗ ଦେଇ ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶିକ୍ଷୟିତ୍ରୀ ରଞ୍ଜିତା ଜେନା, କଳ୍ପନା ରାଣୀ ପଟେଲ ସହଯୋଗ କରିଥିବା ବେଳେ ଶିକ୍ଷକ କାହ୍ନା ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.