oom

ଖଣ୍ଡାୟତ କ୍ଷତ୍ରିୟ ମହାସଭାର ବୈଠକ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା ଇସ୍ପାତ ନଗର କମିଟିର ଏକ ବୈଠକ ମହାସଭାର କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ମହାସଭାର ସାଧାରଣ ସମ୍ପାଦକ ଶଶଧର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଭୁବନେଶ୍ୱର ସ୍ଥିତ ନିଖିଳ ଓଡ଼ିଶା ଖଣ୍ଡାୟତ କ୍ଷତ୍ରିୟ ପାଇକ ଚଷା ମହାସଂଘର ସାଧାରଣ ସମ୍ପାଦକ ସୁଦର୍ଶନ ଛୋଟରାୟ ଅତିଥି ଭାବେ ଯୋଗଦେଇ ମହାସଂଘକୁ ଅଧିକ କ୍ରୀୟାଶୀଳ ଓ ସଂଗଠିତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହାସହ ଖଣ୍ଡାୟତ, କ୍ଷତ୍ରିୟ, ପାଇକ, ଚଷା ଭାଇ ମାନେ ଏକାଠି ହୋଇ ନିଜର ଦାବି ଉପସ୍ଥାପନ କରିପାରିଲେ ତଥା ସମସ୍ତଙ୍କ ମଧ୍ୟରେ ଐକ୍ୟବଦ୍ଧତା ରହି ପାରିଲେ ତାହା ସମ୍ଭବ ହେବ ବୋଲି ମତ ପ୍ରକାଶ କରିଥିଲେ । ଏଥିପାଇଁ ଏବେ ସମଗ୍ର ରାଜ୍ୟରେ ଉଦ୍ୟମ ଆରମ୍ଭ କରାଯାଉଛି । ଆଗାମୀ ଜୁଲାଇ ମାସର ଶେଷ ଭାଗରେ ଭୁବନେଶ୍ୱରଠାରେ ମହାସଂଘର ଏକ ଜାତୀୟ ସମ୍ମିଳନୀରେ ଯୋଗ ଦେବା ପାଇଁ ଛୋଟରାୟ ନିବେଦନ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ତରଫରୁ ଶ୍ରୀ ଛୋଟରାୟଙ୍କୁ ଅଙ୍ଗବସ୍ତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଏହାପରେ ସେ ବାରହାତ ଖଡ୍ଗ ଓ ଭବନ ପରିଦର୍ଶନ କରି ଏହା ତାଙ୍କ ପାଇଁ ସୈାଭାଗ୍ୟର କଥା ବୋଲି କହିଥିଲେ । ଏହି ବୈଠକରେ ମହାସଭାର ବରିଷ୍ଠ କର୍ମକର୍ତ୍ତା ରବି ନାରାୟଣ ପରିଡ, ଡ ରବିନ୍ଦ୍ର କୁମାର ଜେନା, ଗଙ୍ଗାଧର ନାୟକ, ରଥିନ୍ଦ୍ର ନାଥ ପ୍ରଧାନ, ନାରାୟଣ ଚନ୍ଦ୍ର ସାମଲ, ସୁବ୍ରତ ମଲ୍ଲିକ, ଚାନ୍ଦମଣୀ ବେହୁରା, ଜଗନ୍ନାଥ ରାଉତ, ଗଣପତି ଜେନା, ଉଗ୍ରସେନ ବିଶ୍ୱାଳ, ରବିନ୍ଦ୍ର କୁମାର ବାରିକ ଓ କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.