oom

ବିପର୍ଯ୍ୟୟ ମୁକାବିଲା ସଚେତନତା କାର୍ଯ୍ୟକ୍ରମ ଓ ଅଭିଭାବକ ବୈଠକ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିପର୍ଯ୍ୟୟ ମୁକାବିଲା ସଚେତନତା କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ଡଃ ଦ୍ଵାଦଶ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏନ ଡି ଆର୍ ଏଫ୍ କଟକ ଶାଖା ଏସ ଆଇ ବିବେକ କୁମାର ପାଣ୍ଡେଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ପ୍ରାଥମିକ ଚିକିତ୍ସା, ନିଆଁ ଲାଗିଲେ, ପାଣିରେ ବୁଡ଼ି ଯାଉଥିଲେ ଇତ୍ୟାଦି ବିଷୟରେ ସୁନିଲ କୁମାର, ଚୁମ୍ବିଲାଲ ପ୍ରଧାନ, ଧର୍ମେନ୍ଦ୍ର କୁମାର, ଲକ୍ଷ୍ମୀଧର ସ୍ୱାଇଁ ଓ ପଙ୍କଜ ଶର୍ମା ସଚେତନତା ସୃଷ୍ଟି ସହ ମୁକାବିଲାର ଉପାୟ ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ୧୨୮ ଜଣ ଛାତ୍ରଛାତ୍ରୀ ଓ ୧୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ । ବିଦ୍ୟାଳୟରେ ପ୍ରଥମ ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଏସଏମଡିସି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ୯୫ ଜଣ ଅଭିଭାବକ ଅଂଶ ଗ୍ରହଣ କରିଥିଲେ । ପ୍ରଧାନ ଶିକ୍ଷକ ଶିକ୍ଷା କ୍ୟାଲେଣ୍ଡର, ପୋଷଣ ଯୋଜନା, ପୋଷାକ ଯୋଜନା, ସାଇକେଲ ଯୋଜନା, ପରୀକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ । ତ୍ରିଲୋଚନ ନାୟକ ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.