jayashree

ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ୍‌ ପ୍ରତିଯୋଗିତା ଉଦ୍‌ଘାଟିତ

  • ଖେଳ ଓ ଖେଳାଳିଙ୍କ ସମସ୍ତ ପ୍ରକାର ସୁବିଧା କରାଯିବ – ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲା ବ୍ୟଡମିଣ୍ଟନ ସଂଘ ଆନୁକୂଲ୍ୟରେ ବଲାଙ୍ଗିର ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ସ୍ଥାନୀୟ ରିଜର୍ଭ ପୋଲିସ ପଡିଆ ସ୍ଥିତ ବ୍ୟାଡମିଣ୍ଟନ ଇନ୍‌ଡୋର ହଲରେ ୨ଦିନ ବ୍ୟାପୀ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ନିଷ୍ପତ୍ତି କ୍ରମେ ଅଗଷ୍ଟ ମାସରେ ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ପ୍ରତିଯୋଗିତା ଆରମ୍ଭ ହେଉଛି । ବଲାଙ୍ଗିର ସହରର ସମସ୍ତ ପାଟଣାଗଡ, କଣ୍ଟାବାଞ୍ଜି, ଲୋଇସିଂହା, ଟିଟିଲାଗଡ ଅଂଚଳରୁ ୮୦ରୁ ଅଧିକ ଖେଳାଳି ଭାଗ ନେଇଛନ୍ତି । ଆଜିର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଯୋଗଦେଇ କହିଛନ୍ତି ଯେ, ଏହି ଖେଳ ଓ ଖେଳାଳିମାନଙ୍କ ସହିତ ମୁଁ ଦୀର୍ଘ ବର୍ଷରୁ ଯୋଡି ହୋଇଛି । ବିଗତ ଦିନରେ ପର୍ଯ୍ୟାପ୍ତ ଭିତ୍ତିଭୂମି ନଥିଲେ ମଧ୍ୟ ବଲାଙ୍ଗିରର ଖେଳାଳିମାନେ ରାଜ୍ୟ ସ୍ତରର ବିଭିନ୍ନ ବର୍ଗରେ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରି ଆସିଛନ୍ତି । ଆଗାମୀ ଦିନରେ ଖେଳାଳିମାନଙ୍କ ପାଇଁ ପୃଥ୍ୱୀରାଜ ହାଇସ୍କୁଲ ପଡିଆରେ ନିର୍ମିତ ଇନଡୋର ଷ୍ଟେଡିଅମ ନିଶ୍ଚିତ ଭାବେ ଆଶୀର୍ବାଦ ସଦୃସ ହେବ । ଏହି ଖେଳରେ ବଲାଙ୍ଗିର ପାଇଁ ଗୌରବ ଆଣିଥିବା ଓ ଆଣିବାକୁ ଥିବା ଖେଳାଳିମାନେ ଯେପରି ତାଙ୍କର ଖେଳ ଜାରି ରଖିବାରେ କୌଣସି ପ୍ରତିବନ୍ଧକର ସମ୍ମୁଖିନ ନହେବେ ସେ ଦିଗରେ ସେ ନିଶ୍ଚିତ ଭାବେ ଧ୍ୟାନ ଦେବେ ବୋଲି ପ୍ରତିଶୃତି ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ବଲାଙ୍ଗିର ଜିଲ୍ଲାପାଳ ଚଂଚଲ ରାଣା ନିଜ ଆଭିଜ୍ଞତାରୁ କହିଥିଲେ ଯେ, ସେହି ଏହି ଖେଳ ଛାତ୍ରାବସ୍ଥାରୁ ଖେଳୁଛନ୍ତି । ସେହି ସମସୟରେ ବିଭିନ୍ନ ପ୍ରତିଯୋଗିତାମାନଙ୍କରେ ବଲାଙ୍ଗିର ଖେଳାଳିମାନଙ୍କୁ ରାଜ୍ୟର ଅନ୍ୟ ଅଂଚଳର ଖେଳାଳିମାନେ ଭୟ କରୁଥିଲେ । ରାଜ୍ୟ ବ୍ୟାଡମିଣ୍ଟନ ଜଗତରେ ବଲାଙ୍ଗିର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ବହୁ ଶୀଘ୍ର ପୃଥ୍ୱୀରାଜ ହାଇସ୍କୁଲ ଇନଡୋର ଉପଲବ୍ଧ ହୋଇଯିବ ବୋଲି ସେ ମଧ୍ୟ କହିଥିଲେ । ଖେଳରେ ଉକ୍ରର୍ଷତା ପ୍ରତିପାଦନ କରିଥିବା ରାଜ୍ୟ ସ୍ତରୀୟ ଖେଳାଳମାନଙ୍କୁ ଜିଲ୍ଲା ବ୍ୟଡମିଣ୍ଟନ ସଂଘ ପ୍ରୋତ୍ସାହିତ କରିବା ଉଚିତ ବୋଲି ଅନ୍ୟତମ ସମ୍ମାନୀତ ଅତିଥି ତଥା ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ନିତୀନ କୁଶଲକର କହିବା ସହ ସେ ନିଜେ ମଧ୍ୟ ସମସ୍ତ ସୁବିଧା ପ୍ରଦାନ କରିଆସୁଛନ୍ତି ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ବଲାଙ୍ଗିର ପୌରାଧକ୍ଷା ଲିକା ସାହୁ ଖେଳ ଓ ଖେଳାଳିମାନଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ବିଶେଷ ଧ୍ୟାନ ଦେଉଛନ୍ତି ଏବଂ ଦରକାର ହେଲେ ସେ ମଧ୍ୟ ସମସ୍ତ ସହଯୋଗ ଯୋଗଇ ଦେବେ ବୋଲି କହିଥିଲେ । ଆଜି ଅନୁଷ୍ଠିତ ହୋଇଥିବା ଖେଳମାନଙ୍କରେ ବିକ୍ରାନ୍ତ ଜାନୀ, ଆଦିତ୍ୟ ମହାପାତ୍ର, ସ୍ୱସ୍ତିକ ମଟାରି, ବୈଭବ ସାହୁ, ମାନଭଞ୍ଜନ ନାଏକ, ହିମାଂଶୁ ହାତି, ଚିନ୍ମୟ ବେହେରା ପ୍ରମୁଖ ପରବର୍ତ୍ତି ସ୍ତରକୁ ଉନ୍ନୀତ ହୋଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ସଦ୍ୟ ସମାପ୍ତ ହୋଇଥିବା ୯, ୧୧ ଓ ୧୩ ବର୍ଷ ବର୍ଗରେ ଜବାହାର ଲାଲ ଇନ୍‌ଡୋର ଷ୍ଟଡିଅମଠାରେ ବଲାଙ୍ଗିରର କୁନି ଖେଳାଳୀ ଜି. ଗୌତମ ଏବଂ ତାଙ୍କ କୋଚ ଅଭିମନ୍ୟୁ ବଗର୍ତ୍ତିଙ୍କୁ ଅତିଥି ଓ ଆୟୋଜକମାନେ ଅଭିନନ୍ଦନ ଜଣାଇବା ସହ ପ୍ରଶଂସା କରିଥିଲେ । ଏହି ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲାର ଏକ ମାତ୍ର ଖେଳାଳି ଭାବେ ରାଜ୍ୟ ପୁରୁଷ ସିଙ୍ଗିଲ୍ସ ଚମ୍ପିଆନ ହୋଇଥିବା ଅରବିନ୍ଦ ସାହୁ, ଅନେକ ଥର ରାଜ୍ୟରୁ ପ୍ରତିନିଧିତ୍ୱ କରିଥିବା ବିକ୍ରାନ୍ତ ଜାନୀଙ୍କ ସମେତ ଅନେକ ନାମି ଖେଳାଳି ଏଥିରେ ଭାଗ ନେଇଛନ୍ତି । ବ୍ୟଡମିଣ୍ଟନ ସଂଘ ସଂପାଦକ ସୁରୁଲାଲ ମଟାରୀ ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ସଭାପତି ଗୋପାଳ ପଣ୍ଡା, କାର୍ଯ୍ୟକାରୀ ସଭାପତି ପବିତ୍ର ବେହେରା, ଘନଶ୍ୟାମ ମିଶ୍ର, ଟେକନିକାଲ ଅଫିସର, ହେମନ୍ତ ପ୍ରଧାନ, ଅନନ୍ତ ବେହେରା, ଆଶିଷ ଦର୍ଜୀ, ମାନସ ମହାନ୍ତି, ରାଜ କିଶୋର ଶତପଥି, ସିଦ୍ଧାର୍ଥ ମିଶ୍ର, ଆଲୋକ ମିଶ୍ର ପ୍ରମୁଖ ଖେଳ ପରିଚାଳନା କରିଥିବା ବେଳେ ବ୍ୟଡମିଣ୍ଟନ କୋଚ ସୁରେନ୍ଦ୍ର ନେପାଲ ପ୍ରତିଯୋଗିତା ପରିଚାଳନା କରିଛନ୍ତି ।

Leave A Reply

Your email address will not be published.