
ପାଟଣାଗଡ଼, (ଗୋରେଖ ନାଥ ବରିହା) : ପାଟଣାଗଡ଼ ରାନୀ ସାଗରସ୍ଥିତ ଇନଡେ଼ାର ଷ୍ଟାଡ଼ିୟମଠାରେ ପାଟଣାଗଡ଼ ଓପନ୍ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଶନିବାର ରାତିରେ ଉଦ୍ଘାଟିତ ହୋଇଯାଇଛି । ପାଟଣାଗଡ଼ ବ୍ୟାଡ଼ମିଣ୍ଟନ ଏସୋସିଏସନ ପକ୍ଷରୁ ଆୟୋଜିତ ଏହି ଓପନ ବ୍ୟାଡ଼ମିଣ୍ଟନ ପ୍ରତିଯୋଗୀତାକୁ ସୁରେଶ ଶର୍ମା ଓ କେଶବ ଛାପଡ଼ିଆ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ପ୍ରତିଯୋଗୀତାରେ ବଲାଙ୍ଗିର, ପାଟଣାଗଡ଼, ନୂଆପଡ଼ା, ଟିଟିଲାଗଡ଼, ସୁବର୍ଣ୍ଣପୁର, ଲୋଇସିଂହା ଆଦି ଅଞ୍ଚଳ ସମେତ ପଡେ଼ାଶୀ ଛତିଶଗଡ଼ର କିଛି ଟିମ୍କୁ ମିଶାଇ ସମୁଦାୟ ୩୨ ଗୋଟି ଟିମ ଭାଗ ନେବେ ବୋଲି ଜଣାପଡ଼ିଛି । ଉଦ୍ଘାଟନୀ ମ୍ୟାଚ ପାଟଣାଗଡ଼ ଓ ଲୋଇସିଂହା ମଧ୍ୟରେ ହୋଇଥିଲା । ପ୍ରତିଯୋଗୀତାକୁ ସୁଶାନ୍ତ ମହାନ୍ତି ଓ ଦୀପକ ବାରିକ ପରିଚାଳନା କରିଥିଲେ । ବିଶାଲ ରଞ୍ଜନ ଓ ଶ୍ୱସ୍ତିକ ମହାପାତ୍ର ସ୍କୋରର୍ ଥିଲେ । ପାଟଣାଗଡ଼ ବ୍ୟାଡ଼ମିଣ୍ଟନ ଏସୋସିଏସନର ସଭାପତି ସୁଶାନ୍ତ ମହାନ୍ତି, ସମ୍ପାଦକ ସୁଜିତ ସାହୁ, ନୀଲୁ ପଣ୍ଡା, ଦୀପକ ବାରିକ, ସଂଜୀବ ରାଓ, ଗୁଲାପ ବଗର୍ତ୍ତୀ, ଆଲୋକ ଜୈନ, ଅଭିଷେକ, ଓଂକାର, ବିକି, ଆଶୁ ପ୍ରମୁଖ ସହଯୋଗ କରିଥିଲେ ।