ବଡ଼ମାଳରେ କେନ୍ଦ୍ରୀୟ ବିଦ୍ୟାଳୟ ହୀରକ ଜୟନ୍ତୀ : ଛାତ୍ରଛାତ୍ରୀ ଭବିଷ୍ୟତ ଗଢିବାରେ କେଭି ବିଦ୍ୟାଳୟ ସଫଳ

ସଇଁତଲା (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲାସ୍ଥିତ ବଡ଼ମାଳ (୧) କେନ୍ଦ୍ରୀୟ ବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହ ଓ ବାର୍ଷିକ କ୍ରୀଡା ମହାସମାରୋହ ଉଦ୍‌ଯାପିତ ହୋଇଯାଇଛି । ଉକ୍ତ ଉତ୍ସବକୁ ଗୋଳାବାରୁଦ କାରଖାନା ଅତିରିକ୍ତ ମହାପ୍ରବନ୍ଧକ ପି.ଏଲ. ବିଶେଖର ମୁଖ୍ୟଅତିଥି ଭାବରେ ଯୋଗଦାନ କରି ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ସଭାରେ ଡେପୁଟି ଜେନେରାଲ ମ୍ୟାନେଜର ପ୍ରଭାସ ଭୋଇ, କର୍ଣ୍ଣେଲ ଜନ୍ମେଜୟ ମିଶ୍ର , ଏସକ୍ୟୁଏଇ କର୍ଣ୍ଣେଲ ଅକ୍ଷୟ ପାଣିଗ୍ରାହୀ ଓ ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ରହି ହୀରକ ଜୟନ୍ତୀ ସମାରୋହ ଓ କ୍ରୀଡାର ଆଭିମୁଖ୍ୟ ଉପରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ବିଗତ ୬୦ ବର୍ଷ ଧରି ଗୁଣାତ୍ମକ ଶିକ୍ଷା ପ୍ରଦାନ କରି କେନ୍ଦ୍ରୀୟ ବିଦ୍ୟାଳୟ ହେଉଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜଳ କରିବାରେ ଗଢିବାରେ ସଫଳ ବିଦ୍ୟାଳୟ ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପ୍ରିନ୍‌ସିପାଲ ରୋହିତ ଚୌଧୁରୀଙ୍କ ଅଧ୍ୟକ୍ଷତା କରିଥିବା ବେଳେ ସିବିଏସ୍‌ଇ ପରୀକ୍ଷା ୨୦୨୨-୨୩ ସିନିୟର ସେକେଣ୍ଡାରୀ ପରୀକ୍ଷାରେ ଓଡିଶାରେ ବଡ଼ମାଳ ଦ୍ୱିତୀୟ ସ୍ଥାନ ହାସଲ କରି ରେକର୍ଡ ସୃଷ୍ଟି କରିଛି । ଏହି କାର୍ଯ୍ୟକ୍ରମରେ ଦଶମ ଶ୍ରେଣୀ ଛାତ୍ର ଅନିକେତ ରାଜ ତ୍ରିପାଠୀ ବିଦ୍ୟାଳୟର ଅତୀତ, ଅଖଣ୍ଡତା, ସମ୍ମାନ ଓ ପରମ୍ପରା ରୀତିନୀତି ଉପରେ ଆଲୋକପାତ କରିଥିଲେ । ଏଥିରେ ନ୍ୟାସନାଲ ପ୍ଲେୟାର ମାଷ୍ଟର ଶିବୁନ ଭୋଇ ମଶାଲ ପରିଚାଳନା କରିଥିଲେ । ଏହାପରେ ପ୍ରାଥମିକ ବିଭାଗର ଛାତ୍ରଛାତ୍ରୀମାନଙ୍କୁ ନେଇ ଝିଲେପି ଖିଆ ଦୌଡ, ଚାମଚ ମାର୍ବଲ ଦୌଡ଼ ଓ ୧୦୦ମି, ବସ୍ତା ଡିଆଁ ଦୌଡ ଇତ୍ୟାଦି ପ୍ରତିଯୋଗିତା ଗୁଡିକ ଅନୁଷ୍ଠିତ ହୋଇଥିଲା । ପରେ ଅଭିଭାବକମାନଙ୍କ ପାଇଁ ମ୍ୟୁଜିକ ଚେୟାର ଓ ସଟଫୁଟ ଫିଙ୍ଗା ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏଥିରେ ବିଜେତା କୃତି ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଅତିଥିମାନେ ପଦକ ଦେଇ ମାନପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷକ ଶ୍ରୀକୃଷ୍ଣ ଶର୍ମା, ପ୍ରଶାନ୍ତ ମେହେର, ଗୁରୁ ପ୍ରସାଦ ପାଳ, ଅମିତ ୟେରପୁତ, ଜିତେନ୍ଦ୍ର ପ୍ରସାଦ, କାର୍ତିକ ସୁନା ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ଏଥିରେ ଶିକ୍ଷୟତ୍ରୀ ଆଲଫା ସୁଦର୍ଶନୀ ସାହୁ ଓ ଦେବ କସ୍ତୁଭ ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ଭେକାଣ୍ଡ ରମେଶ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.