ls

ବଧୂହତ୍ୟା ଅଭିଯୋଗ : ସ୍ୱାମୀ ସହ ଶାଶୁ ଶ୍ୱଶୁର ଗିରଫ

sb

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ଥାନା ରିଷି ଗାଁରେ ବଧୂହତ୍ୟା ଅଭିଯୋଗ ହୋଇଛି । ଏହି ଘଟଣାରେ ମୃତକଙ୍କ ଶାଶୁଘର ପରିବାରକୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ଏହି ଘଟଣାରେ ସ୍ବାମୀ, ଶ୍ବଶୁର ଏବଂ ଶାଶୁକୁ ଖଡ଼ିଆଳ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଖଡ଼ିଆଳ ଥାନା ଏସ୍‌ଡିପିଓ ସନ୍ତକ ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ କୋମନା ଥାନା ଅନ୍ତର୍ଗତ ବହଳମୁଣ୍ଡା ଗ୍ରାମର ଭରତ ଦଳଙ୍କ ଝିଅ ସୁମିତ୍ରା ଦଳ ଖଡ଼ିଆଳ ଥାନା ଅନ୍ତର୍ଗତ ରିଷି ଗାଁର ଚିତମନ ଦଳଙ୍କୁ ଦ୍ଵିତୀୟ ବିବାହ କରିଥିଲେ । ପାରିବାରିକ କଳହକୁ କେନ୍ଦ୍ରକରି ଚଳିତମାସ ୧୧ ତାରିଖ ନୂଆଁଖାଇ ଦିନ ଉଭୟ ସ୍ବାମୀ, ସ୍ତ୍ରୀ, ଶାଶୁ, ଶ୍ବଶୁର ଝଗଡ଼ା ଲାଗିଥିଲେ । ଏହା ପରେ ୧୩ ତାରିଖ ଦିନ ବଧୂ ସୁମିତ୍ରାଙ୍କୁ ହତ୍ୟା କରି ଆତ୍ମହତ୍ୟା ରୂପ ଦେଇ ନିକଟସ୍ଥ ଡଙ୍ଗରରେ ପୋତି ଦେଇଥିଲେ ପରିବାର ଲୋକେ । ଘଟଣାକୁ ସନ୍ଦେହ କରି ସୁମିତ୍ରାଙ୍କ ବାପା ଭରତ ଦଳ ଝିଅକୁ ହତ୍ୟା କରି ଆତ୍ମହତ୍ୟା ରୂପ ଦେଇଥିବା ଖଡ଼ିଆଳ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ଖଡ଼ିଆଳ ପୋଲିସ ତତ୍ପରତା ପ୍ରକାଶ କରି ଘଟଣାର ତଦନ୍ତ କରି ମାଟିତଳୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଏହି ଘଟଣାରେ ମୃତ ସୁମିତ୍ରାଙ୍କ ସ୍ବାମୀ ଚିତମନ ଦଳ, ଶ୍ବଶୁର ଦ୍ରୋଣ ଦଳ ଏବଂ ଶାଶୁ ପୁନେ ଦଳଙ୍କ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଖଡ଼ିଆଳ ଏସ୍‌ଡିପିଓ ସନ୍ତକ ଜେନା ପ୍ରକାଶ କରିଛନ୍ତି ।

pc pk
Leave A Reply

Your email address will not be published.