ଭୁବନେଶ୍ୱର, (କେପିଏନ୍ଏସ୍) : କୋଭିଡ ସଂକ୍ରମଣ ଦୃଷ୍ଟିରୁ ରାଜ୍ୟରେ ବଢ଼ିଲା ଲକ ଡାଉନ ସମୟ ଅବଧି । ଆସନ୍ତା ୧୭ ତାରିଖ ଯାଏଁ ଲକଡାଉନ ବଢ଼ିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ପୂର୍ବରୁ ଯେଉଁ ନିୟମ ଥିଲା ସେହି ଭଳି ଚାଲିବ ଲକ୍ ଡାଉନ । ଶନିବାର ଓ ରବିବାର ଉଇକେଣ୍ଡ୍ ସଟ ଡାଉନ ଜାରି ରହିବ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଏହି ସୂଚନା ପ୍ରଦାନ କରିଛନ୍ତି ।
କରୋନାର ଦ୍ୱିତୀୟ ଲହରୀରେ ରାଜ୍ୟରେ ପ୍ରଥମେ ମେ ୫ରୁ ୧୯ ତାରିଖ ଯାଏଁ ଲକ୍ଡାଉନ ଘୋଷଣା ହୋଇଥିଲା । ଦ୍ୱିତୀୟ ପର୍ପ୍ୟାୟରେ ଜୁନ ୧ ତାରିଖ ଯାଏଁ ଲକ୍ଡାଉନ ଅବଧି ବୃଦ୍ଧି ପାଇଥିଲା । ଏବେ ଆସନ୍ତା ଜୁନ ୧୭ ତାରିଖ ଯାଏଁ ଏହାର ଅବଧି ବଢ଼ିଛି ।
ରାଜ୍ୟରେ କରୋନା ମୁକାବିଲା ପାଇଁ ଜାରି କରାଯାଇଥିବା ଲକଡାଉନ୍ ଅବଧିକୁ ବଢାଯାଇଛି । ଜୁନ୍ ୧ ତାରିଖ ସକାଳ ୫ଟାରୁ ଜୁନ୍ ୧୭ ତାରିଖ ସକାଳ ୫ଟା ପର୍ୟ୍ୟନ୍ତ ଲକଡାଉନ୍ ଜାରି ରହିବ । ଏହି ସମୟରେ ସ୍ବାସ୍ଥ୍ୟସେବା, ଟେଷ୍ଟିଂ, ଟୀକାକରଣ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ କାର୍ୟ୍ୟ ପାଇଁ କୌଣସି କଟକଣା ନାହିଁ । ସପ୍ତାହାନ୍ତ ସଟ୍ଡାଉନ୍ ଜାରି ରହିବ ।