ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବଢିବ ତାତି । ୩ରୁ ୫ ଡିଗ୍ରୀ ଯାଏ ବଢ଼ିପାରେ ଦିନ ତାପମାତ୍ରା । ଆସନ୍ତା ୩-୪ ଦିନରେ ପାରଦ ଉପରମୁହାଁ ହେବ । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏବେ ବାତ୍ୟାର ପ୍ରଭାବ ହ୍ରାସ ଯୋଗୁ ରାଜ୍ୟରେ ପାଗରେ ପରିବର୍ତ୍ତନ ଆସିଛି । ତାପମାତ୍ରା ବୃଦ୍ଧି ହେଲେ ବି ରାଜ୍ୟରେ ହିଟୱେଭ ସ୍ଥିତି ସମ୍ଭାବନା ନାହିଁ । ୩୧ ତାରିଖ ପର୍ଯ୍ୟନ୍ତ ପାଣିପାଗରେ ବଡ ଧରଣର ପରିବର୍ତ୍ତନ ହେବନି । କିନ୍ତୁ କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷାର ସମ୍ଭାବନା ରହିଛି । ଗତକାଲି ୮ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଥିଲା । ସମ୍ୱଲପୁର-୪୦.୭, ନୂଆପଡା-୪୦.୪, ବଲାଙ୍ଗିର-୪୦.୩, ସୋନପୁର, ଭବାନୀପାଟଣା, ସୁନ୍ଦରଗଡ଼ ଓ ଟିଟିଲାଗଡ଼ରେ ତାପମାତ୍ରା ୪୦ଡିଗ୍ରୀ ରେକର୍ଡ କରାଯାଇଥିଲା । ସେହିପରି ଖୋର୍ଦ୍ଧାରେ ୩୬ଡିଗ୍ରୀ ଓ କଟକରେ ତାପମାତ୍ରା ୩୫.୮ଡିଗ୍ରୀ ରେକର୍ଡ କରାଯାଇଥିଲା । ୪୨.୪ ଡିଗ୍ରୀ ସହ ଝାରସୁଗୁଡା ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା ।
Prev Post