jayashree

ବ୍ରହ୍ମପୁର ପୋଲିସ ଜିଲ୍ଲାର ୪ଜଣ ମହିଳା ପୋଲିସ ଅଫିସରଙ୍କୁ ବଦଳି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ପୋଲିସ ଜିଲ୍ଲା ପ୍ରଶାସନ ପକ୍ଷରୁ ୪ଜଣ ମହିଳା ପୋଲିସ ଅଫିସରଙ୍କୁ ବଦଳି ଆଦେଶ ହୋଇଛି । ସେମାନେ ହେଲେ ଦିଗପହଣ୍ଡି ଥାନାର ଏସ୍‌.ଆଇ. ସ୍ୱର୍ଣ୍ଣଲତା ପାତ୍ରଙ୍କୁ ବ୍ରହ୍ମପୁରର ସାଇବର କ୍ରାଇମ ଓ ଅର୍ଥନୀତିକ ଥାନାକୁ ବଦଳି ହୋଇଯାଇଛି । ସେହିପରି ଗୋଳନ୍ଥରା ଥାନା ଏସ୍‌.ଆଇ. ସ୍ମିତା ଜେନାଙ୍କୁ ଗୋପାଳପୁର ଥାନାକୁ ଏବଂ ଗୋପାଳପୁର ଏସ୍‌.ଆଇ. ସୋଫିଆ ମିଶ୍ର ଦିଗପହଣ୍ଡି ଥାନାକୁ ବଦଳି ହୋଇଛନ୍ତି । ସେହିପରି ଗୋପାଳପୁର ଥାନାର ଏ.ଏସ୍‌.ଆଇ. ପୁଷ୍ପା ମଲ୍ଲିକଙ୍କୁ ଗୋଳନ୍ଥରା ଥାନାକୁ ବଦଳି ହୋଇଥିବା ବିଷୟ ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି । ବ୍ରହ୍ମପୁର ପୋଲିସ ଜିଲ୍ଲା ଏସପି ଡ଼ଃ. ଶ୍ରବଣା ବିବେକ-ଏମ୍. ନିର୍ଦ୍ଧାରୀତ ସମୟ ଓ ସ୍ଥାନରେ ଉକ୍ତ ଅଧିକାରୀମାନେ କାର୍ଯ୍ୟ କ୍ଷେତ୍ରରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.