ଜିଲ୍ଲା ପୋଲିସ ବୋର୍ଡ ପକ୍ଷରୁ ୪ ଆଇଆଇସିଙ୍କୁ ବଦଳି

ରାୟଗଡ଼ା : ରାୟଗଡ଼ା ଏସ୍‌ପି ବିବେକାନନ୍ଦ ଶର୍ମାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପୋଲିସ ବୋର୍ଡ ପକ୍ଷରୁ ୪ ଆଇଆଇସିଙ୍କୁ ବଦଳି କରାଯାଇଛି । ରାୟଗଡ଼ା ଆଇଆଇସି ରଶ୍ମିରଞ୍ଜନ ପ୍ରଧାନଙ୍କୁ ବିଷମକଟକ ବଦଳି କରାଯାଇଥିବା ବେଳେ ଅମ୍ବାଦଳା ଆଇଆଇସି କେକେବିକେ କହଁରଙ୍କୁ ରାୟଗଡ଼ା ଟାଉନ୍‌ ଥାନାକୁ ବଦଳି କରାଯାଇଛି । ସେହିପରି ବିଷମକଟକ ଆଇଆଇସି ସୁମତି ମହାନ୍ତି ଏବଂ କାଶିପୁର ଆଇଆଇସି ପଦ୍ମା ମୁଥୁଙ୍କୁ ରାୟଗଡ଼ା ଜିଲ୍ଲା କାର୍ଯ୍ୟାଳୟକୁ ବଦଳି କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.