ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ଚାରପାଲି ଗ୍ରାମରେ ଚର୍ଚ୍ଚ ଅଫ୍ ଗସପେଲ ଆନୁକୂଲ୍ୟରେ ପାଷ୍ଟର ପ୍ରଭାସ କୁମାର ଜାଲଙ୍କ ତତ୍ୱାବଧାନରେ ମହାସମାରୋହରେ ବଡଦିନ ପାଳିତ ହୋଇଯାଇଛି । ଆଚାର୍ଯ୍ୟ ନକୁଳ କଲେତ ମୁଖ୍ୟବକ୍ତା ରୂପେ ଯୋଗଦାନ କରି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ବୃତାନ୍ତ ପୁଙ୍ଖାନୁପୁଙ୍ଖ ଭାବେ ବର୍ଣ୍ଣନା କରି ଧରାପୃଷ୍ଠରେ ପ୍ରଭୁ ଯୀଶୁ କାହିଁକି ଅବତରଣ କରିଥିଲେ ଓ ତାଙ୍କର ଉଦ୍ୟେଶ୍ୟ କଣ ଥିଲା ସେ ବିଷୟରେ ପ୍ରାଞ୍ଜଳ ଭାବରେ ବୁଝାଇ ଉପସ୍ଥିତ ଖ୍ରୀଷ୍ଟିୟ ବିଶ୍ୱାସୀମାନଙ୍କ ମନକୁ ଆକର୍ଷଣ କରିପାରି ଥିଲେ । ଏହି ଉତ୍ସବରେ ପଦ୍ମପୁର ଆଖପାଖ ଅଂଚଳରୁ ବହୁ ସଂଖ୍ୟାରେ ଖ୍ରୀଷ୍ଟିୟ ବିଶ୍ୱାସୀ, ବିଶ୍ୱାସ୍ୱିନୀଗଣ ଉପସ୍ଥିତ ରହି ଆନନ୍ଦ ଉଲ୍ଲାସରେ ପ୍ରଭୁ ଯୀଶୁଙ୍କର ସ୍ତବଗାନ କରି ତାଙ୍କର ମହିମା ଗୌରବ ସଂଭ୍ରମ କରିଥିଲେ । ରାତ୍ରିରେ ବିଭିନ୍ନ ସ୍ଥାନରୁ ଆସିଥିବା ଛୋଟ ଛୋଟ ବାଳକ ବାଳିକାଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗୀମାନଙ୍କୁ ମୁଖ୍ୟ ବକ୍ତାଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀମାନଙ୍କୁ ରାଜେଶ କନ୍ଧେର ଦୁଇହଜାର ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ ।