ବଲାଙ୍ଗିରରେ ପ୍ରାକ୍‌ ବଡଦିନ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଖ୍ରୀଷ୍ଟିୟାନ ସମାଜ ପକ୍ଷରୁ ପ୍ରାକ୍‌ ବଡଦିନ କାର୍ଯ୍ୟକ୍ରମ ମହାସମାରୋହରେ ପାଳନ କରାଯାଇଛି । ମିଶନ ସ୍କୁଲ ଖେଳ ପଡିଆର ସଭାପତି ଆଚାର୍ଯ୍ୟ ନିମୁଏଲ ନାଗଙ୍କ ପ୍ରାର୍ଥନା ପରେ ବିରାଟ ଶୋଭାଯାତ୍ରା ଆରମ୍ଭ କରାଯାଇଥିଲା । ପ୍ରେମ, ଶାନ୍ତି, ମୈତ୍ରୀ ଓ ସହଭାଗିତାର ବାର୍ତ୍ତା ନେଇ ସଂପାଦକ ସଚ୍ଚିଦାନନ୍ଦ ହନୁମାନଙ୍କ ସଂଯୋଜନାରେ ଏହି ଶୋଭାଯାତ୍ରା କଚେରୀ ଛକ, ଭାଗିରଥି ଛକ, ମହିଳା କଲେଜ ଛକ, ରାଜେନ୍ଦ୍ର କଲେଜ ଛକ ରାସ୍ତା ଦେଇ ସଭା ଶେଷରେ ମିଶନ କମ୍ପାଉଣ୍ଡ ସ୍ଥିତ ନିୟୁ ଲାଇଭ ଏସେମ୍ଲି ହଲ୍‌ ଠାରେ ସମାପନ ହୋଇଥିଲା । ଏହି ଶୋଭାଯାତ୍ରାରେ ଶିଶୁ ଓ ମହିଳାମାନେ ମଧ୍ୟ ସାମିଲ ହୋଇ ପ୍ଲା କାର୍ଡ ଓ ପ୍ରଜ୍ଞାପନ ମେଡ ଦେଇ ସହର ପରିକ୍ରମା କରିଥିଲେ । ଡିସେମ୍ବର ମାସକୁ ଖ୍ରୀଷ୍ଟିୟାନ ଲୋକମାନେ ପବିତ୍ର ମାସ ରୂପେ ପାଳନ କରି ମାସ ସାରା ବିଭିନ୍ନ କାର୍ଯ୍ୟକ୍ରମ କରି ଡିସେମ୍ବର ୨୫କୁ ପବିତ୍ର ଭାବରେ ପାଳନ କରିଥାନ୍ତି । ନିୟୁ ଲାଇଫ୍‌ ଅସେମ୍ଲି ହଲ୍‌ ସମାପନ ଉତ୍ସବରେ ସଚ୍ଚିଦାନନ୍ଦ ହନୁମାନଙ୍କ ସଂଯୋଜନାରେ ସମ୍ବଲପୁର ଧର୍ମାଂଚଳର ବିଷବ୍‌ ଇମାନୁଏଲ ଦାନି ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ପ୍ରାକ୍‌ ବଡଦିନର ମହତ୍ୱ ଉପରେ ଆଲୋକପାତ କରିଥିଲେ । ଆଚାର୍ଯ୍ୟ ସୁଶାନ୍ତ କୁମାରଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ କୋଷାଧ୍ୟକ୍ଷ ମହେନ୍ଦ୍ର କୁମାର ବାଗ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ଶରତ ବଲ୍ଲବ ବାଗ, ସୁନିଲ କୁମାର ନନ୍ଦ, ବୁଦ୍ଧଦେବ ଛତ୍ରିଆ, ରିଜୁ ଦୀପ, ଗୌରବ ତାଣ୍ଡି, ଶେଖର ପାଉଲ, ପ୍ରେମ ରାଉଲ, ଇମାନୁଏଲ ନନ୍ଦ, ପୂଣ୍ୟମୂର୍ତ୍ତି ଖ୍ରୀଷ୍ଟଦାସ, ମାନୁଏଲ ବାରିକ, ଶୈଳେଶ ପାଲ, ସଜ୍ଜୁ ନାଗ, ସ୍ମୃତିରାଜ କର, ସରୋଜ ନାଗ, ସରୋଜ ଛତ୍ରିଆ, ଇସମାଇଲ ହନୁମାନ, ଜ୍ୟୋତିରାଜ ନାଗ, ସନ୍ଦିପ ବାରିକ, ଆଦାମ ଇସମାଇଲ, ଶୁଭମ ତାଣ୍ଡି, ନରେଶ ମାଥ୍ୟୁସ, ଆଦାମ ଇସମାଇଲ, ସୂର୍ଯ୍ୟକାନ୍ତ ବାରିକ ପ୍ରମୁଖଙ୍କ ସହିତ ଶତାଧିକ ମହିଳା ଓ ଖ୍ରୀଷ୍ଟିୟାନ ସମାଜର ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ ।

Leave A Reply

Your email address will not be published.