ପୋଲିସକୁ ମିଳିଲା ବଡ ସଫଳତା : ୧୧ଟି ବାଇକ ସହ ୩ ଜଣ ଗିରଫ

ଭଦ୍ରକ : ଭଦ୍ରକ ସହରାଞ୍ଚଳ ଥାନା ପୋଲିସକୁ ମିଳିଚି ବଡ ସଫଳତା । ଗତକିଛି ଦିନ ତଳେ ଭଦ୍ରକ ସହର ଓ ଏହାର ଆଖପାଖ ଅଂଚଳରୁ ଚୋରି ହୋଇଥିବା ୧୧ଟି ବାଇକକୁ ସହରାଞ୍ଚଳ ଥାନା ପୋଲିସ ଉଦ୍ଧାର କରି ମାମଲାରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସ୍ଥାନୀୟ ଅଞ୍ଚଳର ୨ଜଣ ବାଇକଗୁଡିକ ଚୋରି କରି ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର ଜଣେ ସହଯୋଗୀଙ୍କ ଜରିଆରେ ବିକ୍ରି କରିଥାନ୍ତେ ବୋଲି ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚରଣସିଂ ମିନା ସହରାଞ୍ଚଳ ଥାନାରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ପୂର୍ବରୁ ସହରାଞ୍ଚଳ ଥାନା ପୋଲିସ ପଶ୍ଚିମବଙ୍ଗରୁ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଆଜି ଅନ୍ୟ ୨ଜଣଙ୍କୁ ଜେଲ ପଠାଇଛି ।

Leave A Reply

Your email address will not be published.