centurian jitm

ବିଷ୍ଣୁମୁଣ୍ଡା ମନୋଜ ନାଏକ ହତ୍ୟା ଘଟଣାରେ ବଲାଙ୍ଗିର ଏସପିଙ୍କ ବଡ଼ ଖୁଲାସା

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଷ୍ଣୁମୁଣ୍ଡା ମନୋଜ ନାଏକ ହତ୍ୟା ଘଟଣାରେ ବଲାଙ୍ଗିର ଏସପିଙ୍କ ବଡ଼ ଖୁଲାସା । ବଲାଙ୍ଗିର ଟାଉନ ଥାନା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ଏସପି ଅଭିଳାଶ ଜି ଯୋଗ ଦେଇ ବିଷ୍ଣୁମୁଣ୍ଡା ମନୋଜ ନାଏକ ହତ୍ୟା କାଣ୍ଡ ଘଟଣାରେ ହତ୍ୟାକାରୀ ବିଜୁ ସେଠଙ୍କୁ ଗିରଫ କରିଥିବା ନେଇ ସ୍ପଷ୍ଟ କରିଛନ୍ତି । ଏସପି ଅଭିଳାଷ ଜୀଙ୍କ ସୂଚନା ଅନୁସାରେ ଅଭିଯୁକ୍ତ ବିଜୁଙ୍କୁ ପୋଲିସ ଭୁବନେଶ୍ୱର ରୁ ଗତକାଲି ଗିରଫ କରିଥିବା ବେଳେ ହତ୍ୟାକାଣ୍ଡ ପଛରେ ପୂର୍ବ ଶତ୍ରୁତା ବୋଲି ଏସପି କହିଛନ୍ତି । ଏସପି ଅଭିଳାଷ ଜି ଆହୁରି କହିଛନ୍ତି ଯେ, ଅଭିଯୁକ୍ତ ବିଜୁ ଜଣେ ଗାଡ଼ି ଡ଼୍ରାଇଭର, ତେବେ ତା ଗାଡ଼ିରୁ କିଛି ସାମନା ଚୋରି ହୋଇଥିଲା । ଆଉ ତା ଗାଡ଼ି ସାମାନ ମୃତ ମନୋଜ ଓ ତା ସହଯୋଗୀ ଚୋରି କରିଥିବା ନେଇ ଅଭିଯୁକ୍ତ ବିଜୁ ସନ୍ଦେହ କରି ମାରିପଟ କରିଥିଲା । ମାରପିଟ କରି ଜେଲ୍‌ ବି ଯାଇଥିଲା । ପରେ ଜେଲ୍‌ରୁ ବାହାରି ପୁଣି ମନୋଜ ଓ ତାଙ୍କ ସହଯୋଗୀ ସହ ବିଜୁର ଝଗଡ଼ା ଲାଗି ରହିଥିଲା । ଶେଷରେ ବିଦ୍ୟୁତ କାଟ୍‌ର ସୁଯୋଗ ନେଇ ଗତ ୧୩ ତାରିଖରେ ମନୋଜଙ୍କୁ ହତ୍ୟା କରି ଦେଇଥିଲା ହତ୍ୟାକାରୀ ବିଜୁ ସେଠ୍‌ ବୋଲି ଏସ୍‌ପି କହିଛନ୍ତି । ବିଜୁକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିବାକୁଥିବା ବେଳେ ହତ୍ୟାକଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ମଧ୍ୟ ପୋଲିସ ବିଜୁ ନିକଟରୁ ଜବତ କରିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.