ହମିରପୁର ଉନ୍ନୟନ ପରିଷଦର ବଡଦିନ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ଉନ୍ନୟନ ପରିଷଦ ତରଫରୁ ଗତକାଲି ବଡଦିନ ଓ ନବବର୍ଷ ପାଳନ କରାଯାଇଛି । ପରିଷଦର ସଭାପତି ଡଃ ସୁମନ ଦତ୍ତଙ୍କ ସଭାପତିତ୍ବ ଓ ନିରଞ୍ଜନ ଦାଶଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ଆଇଜିଏଚ୍‌ର ବରିଷ୍ଠ ଡାକ୍ତର ଲକ୍ଷ୍ମୀ ନାରାୟଣ ବିଶ୍ବାଳ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ଶଙ୍କର ପ୍ରସାଦ ତ୍ରିପାଠୀ, ସମାଜସେବୀ ସଂଜୀବ କୁମାର ମହାନ୍ତି, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ, ପ୍ରଦୂଷଣ ବିଭାଗର ବରିଷ୍ଠ ଅଧିକାରୀ ରମେଶ ଏକ୍କା, ସାମାଜିକ କର୍ମୀ ପଶୁପତିନାଥ ଚାଟାର୍ଜୀ, କବି ରାଜୀବ ପାଣି, ପ୍ରାକ୍ତନ ବ୍ୟାଙ୍କ ଅଧିକାରୀ ଫେଲିକ୍ସ ଖାଲଖୋ ପ୍ରମୁଖ ଯୋଗଦେଇ ବଡଦିନର ଅଭିନନ୍ଦନ ଜଣାଇବା ସହ ଜାତିଧର୍ମ ନିଃର୍ବିଶେଷରେ ସମସ୍ତଙ୍କ ମଧ୍ୟରେ ଭାଇଚାରା ଓ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ସୃଷ୍ଟି ହେଉ ବୋଲି ମତ ରଖିଥିଲେ । ଏହାସହ ହମିରପୁରର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ଚାରଣ କରାଯାଇଥିଲା । ପରିଷଦର ଉପସଭାପତି ଦେଓନିସ ଲାକ୍ରା ଯୀଶୁଙ୍କ ବାଣୀ ପଠନ କରିବା ପରେ ଅତିଥିମାନେ କେକ୍ କାଟି ପରସ୍ପରକୁ ଅଭିନନ୍ଦନ ଜଣାଇଥିଲେ । ମୁଖ୍ୟଅତିଥି ଡା.ବିଶ୍ବାଳ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଯୀଶୁଙ୍କ ବାଣୀ ହେଲା ପଡୋଶୀକୁ ନିଜର ଭଳି ଦେଖ । ଶାନ୍ତିରେ ସହାବସ୍ଥାନ କର । ସଂପ୍ରତି କରୋନା, ଓମିକ୍ରନ ଭଳି ମହାମାରୀକୁ ଦୂରେଇ ରହିବା ପାଇଁ ସାମାଜିକ ଦୂରତା, ମାସ୍କ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟ ଅତିଥିମାନେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ହମିରପୁର ଅଂଚଳର ବିଭିନ୍ନ ସମସ୍ୟା ଓ ଆଗାମୀ କାର୍ୟ୍ୟପନ୍ଥା ସଂପର୍କରେ ଆଲୋଚନା କରିଥିଲେ । ଏହି କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଗିରିଜା ଗୋସ୍ବାମୀ, ଗଙ୍ଗାଧର ଦାଶ, ଚିତ୍ତରଂଜନ ସାହୁ, ତ୍ରିଲୋଚନ ମିଶ୍ର, ଓସ୍କାର କୁଲୁ, ମନୋରଞ୍ଜନ ନାୟକ, ଅଗସ୍ତି ଦାସ, ମହେନ୍ଦ୍ର ପଣ୍ଡିତ, ବିଷ୍ଣୁଚରଣ ନାୟକ, ପିଆରା ଲାଲ, ସୁରଥ ବାଗ, ବସନ୍ତ କୁମାର ଦେହୁରୀ, ଅନିଲ କୁମାର ବାଲଚାନ୍ଦନୀ, ଲକ୍ଷ୍ମୀଧର ନାୟକ, ଅମୂଲ୍ୟ କୁମାର ପୁହାଣ, ଭୁବନେଶ୍ବର ପ୍ରସାଦ ଆଚାର୍ୟ୍ୟ, ନିରଞ୍ଜନ ନାୟକ, ମହେଶ୍ୱର ସାହୁ, କୀର୍ତ୍ତନ ସାମଲ, ଶର୍ମିଲା ଦତ୍ତ, ହରିହର ସାହୁ, କାଜଲ ଗାଗରାଇ, ସୁନିଲ ରାୟ, ଅନନ୍ତ ପଟ୍ଟନାୟକ, ସନ୍ତୋଷ କୁମାର ସ୍ବାଇଁ ପ୍ରମୁଖ ଯୋଗଦେଇଥିବା ବେଳେ କବି କୁଞ୍ଜବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସୁମନ ଦତ୍ତଙ୍କୁ ଡକ୍ଟରେଟ ଉପାଧି ପାଇଥିବା ଯୋଗୁଁ ଅତିଥିମାନେ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

Leave A Reply

Your email address will not be published.