କଟକ : ଡେପୁଟି ଟ୍ରାନ୍ସପୋର୍ଟ କମିଶନରଙ୍କ ଘରେ ପଶିଲା ଭିଜିଲାନ୍ସ । ଡେପୁଟି କମିଶନର ପ୍ରଦୀପ ମହାନ୍ତିଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରେଡ୍ କରାଯାଇଛି । କଟକ ଅଫିସ ସହ ଭୁବନେଶ୍ୱର, ନୟାଗଡ, ଖୋର୍ଦ୍ଧା, ପୁରୀ ଏକକାଳୀନ ୯ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରିଛି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପୈତୃକ ଘର, ଭୁବନେଶ୍ୱର ମୈତ୍ରୀ ବିବାର ସ୍ଥିତ ଘର, ମଳିପଡାରେ ଥିବା ସଂପର୍କୀୟଙ୍କ ଘର, ପୁରୀ ଟାଉନରେ ଥିବା ସଂପର୍କୀୟଙ୍କ ଘରେ ଛାପା ମାରିଛି ଭିଜିଲାନ୍ସ । ଚଢାଉ ସମୟରେ ନୟାଗଡ ଜିଲ୍ଲା ରଣପୁରରେ ଫାର୍ମ ହାଉସ, ମଳିପଡାରେ ସଂପର୍କୀୟଙ୍କ ନାଁରେ ଥିବା ପେଟ୍ରୋଲ ପମ୍ପ ଠାବ ହୋଇଛି । ସେହିପରି ଗୋବିନ୍ଦପ୍ରସାଦରେ ପ୍ରଦୀପଙ୍କ ନିର୍ମାଣାଧୀନ ୫ ମହଲା କୋଠା ଥିବା ଜାଣିବାକୁ ପାଇଛି ଭିଜିଲାନ୍ସ ।