ବଲାଙ୍ଗିର, (କେପିଏନ୍ଏସ୍) : ଓଡ଼ିଆ ପୁଅ ତଥା ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କୁ ଅନ୍ତର୍ଜାତୀୟ ସୁଟିଂ ପୋର୍ଟ ମହାସଂଘ (ଆଇଏସ୍ଏସ୍ଏଫ୍)ରେ ବଡ଼ ଦାୟିତ୍ଵ ମିଳିଛି । ଭାରତର ଜାତୀୟ ରାଇଫଲ୍ ସଂଘ (ଏନ୍ଆର୍ଏଆଇ)ର ସଭାପତି କଳିକେଶ ‘ଆଇଏସ୍ଏସ୍ଏଫ୍’ର ଇ-ପୋର୍ଟ, ଇ-ଗେମ୍ସ ଟେକ୍ନୋଲୋଜିକାଲ ଇନୋଭେସନ୍ କମିଟିର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି । ଏହି କମିଟି ବିଭିନ୍ନ ଡିଜିଟାଲ୍ କାର୍ଯ୍ୟକ୍ରମ, ଇ-ସୁଟିଂ ପ୍ରତିଯୋଗିତା ପରିଚାଳନା ସହ ବିଚାରକ ଓ ପ୍ରଶିକ୍ଷକ୍ଷଙ୍କ ପ୍ରଯୁକ୍ତିବିଦ୍ୟାର ଉନ୍ନତି ଲାଗି କାର୍ଯ୍ୟ କରିବ ।ନିଯୁକ୍ତି ପରେ କଳିକେଶ କହିଛନ୍ତି ଯେ ‘‘ଆଇଏସ୍ଏସ୍ଏଫ୍ ଏହି ଗୁରୁ ଦାୟିତ୍ୱ ଦେଇଥିବାରୁ କୃତଜ୍ଞ । କ୍ରୀଡ଼ାର ଭବିଷ୍ୟତ ଲାଗି ପ୍ରଯୁକ୍ତିବିଦ୍ୟା ଓ ସୁଗମତାର ସଂଯୋଗ ରହିଛି । ଆମେ ଭଚୁଆଲ୍ ଓ ଇ-ସୁଟିଂକୁ ମୁଖ୍ୟସ୍ରୋତରେ ଆଣିବା ଲାଗି କାର୍ଯ୍ୟକରୁଛୁ । ମୁଁ ବିଶ୍ଵର ବିଶେଷଜ୍ଞଙ୍କ ସହ ହାତ ମିଳାଇ ଏହାର ଭବିଷ୍ୟତ ନିର୍ଣ୍ଣୟ ଦିଗରେ କାର୍ଯ୍ୟ କରିବାକୁ ଆଗ୍ରହୀ ଅଛି’’ ।

Next Post