oom

ବାବା ସାହେବ୍ ଆମ୍ବେଦକରଙ୍କ ୬୯ତମ ଜୟନ୍ତୀ ପାଳିତ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଛତ୍ରପୁର ବି.ଜେ.ପି କାର୍ଯ୍ୟାଳୟ ଠାରେ ଭାରତୀୟ ଜନତା ପାର୍ଟିର ଗଞ୍ଜାମ ଜିଲ୍ଲା, ଅନୁସୂଚିତ ଜାତି ସଭାପତି କିର୍ତ୍ତନ ଦାସଙ୍କ ପୌରହିତରେ ବାବା ସାହେବ୍ ଆମ୍ବେଦକରଙ୍କ ୬୯ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଭାରତର ସମ୍ବିଧାନ ପ୍ରଣେତା ତଥା ସମାଜ ସଂସ୍କାରକ ବିଶ୍ଵରତ୍ନ ଡ଼ଃ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ପ୍ରଦୀପ ପ୍ରଜ୍ୱଳନ ସହିତ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ଗଞ୍ଜାମ ଜିଲ୍ଲା ବି.ଜେ.ପିର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ନାୟକ ବାବାସାହେବ ଆମ୍ବେଦକର ଜୀବନି ଉପରେ ଆଲୋକପାତ କରିବା ସହ ବୈଠକ ହେଇଥିଲା । ସେହି ବୈଠକରେ ଛତ୍ରପୁର ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢ଼ୀ, ଗଞ୍ଜାମ ବ୍ଳକ ପୂର୍ବତନ ଚେୟାରମ୍ୟାନ ରଘୁନାଥ ସାହୁ ଓ କାନକାୟା ରେଡ଼ି, ଗଞ୍ଜାମ ଜିଲ୍ଲାର ଏସ୍‌ସି ମୋର୍ଚ୍ଚାର ସାଧାରଣ ସମ୍ପାଦକ ତ୍ରିନାଥ ନାୟକ ଓ ଭୀମସେନ ବେହେରା ଏବଂ ଉପସଭାପତି ବାଙ୍କନିଧି ସେଠୀ, ଏସ୍‌ସି ମୋର୍ଚ୍ଚା ଜିଲ୍ଲା ସମ୍ପାଦକ ବିକ୍ରମ କୁମାର ଦାସ, ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଜିଲ୍ଲା ସଭାପତି ଚୈତନ୍ୟ ପ୍ରଧାନ, ପୂର୍ବତନ ସରପଞ୍ଚ ଗଣ୍ଡୁଧର ଗୌଡ, ପୂର୍ବତନ ସରପଞ୍ଚ ଦନାର୍ଦ୍ଦନ ଦୋରା, ଏସ୍‌ସି ମୋର୍ଚ୍ଚା ମଣ୍ଡଳ ସଭାପତି ରାଜା ବେହେରା ଓ ଅମର ଦାସ, ଆଶିଷ ଦାସ, ଅଜୁ ଦାସ, ଶିବା ଦାସ, ସନ୍ତୋଷ ଦାସ, ରଖି ଦାସ, ଓମ୍ ଦାସ, ରବିବାରି ଦାସ, ନିରୁପମା ଦାସ, ଲିପ୍ସା ଦାସ ଓ ଅନୁସୂଚିତ ଜାତି ମୋର୍ଚ୍ଚାର ବହୁ କର୍ମକର୍ତ୍ତା ଯୋଗଦେଇଥିଲେ ।

jittmm
Leave A Reply

Your email address will not be published.