jayashree

ବାବାଜୀ ଦାସଙ୍କ ପରଲୋକ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ଫଟାମୁଣ୍ଡା ପଞ୍ଚାୟତ ପାଣ୍ଡେସରା ଗ୍ରାମର ସୁନାମଧନ୍ୟ ଅବସରପ୍ରାପ୍ତ ବିଶିଷ୍ଟ ଶିକ୍ଷକ ବାବାଜୀ ଦାସ ୭୩ ବର୍ଷ ବୟସରେ ଆଜି ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ସେ ଜଣେ ଶାନ୍ତଶିଷ୍ଟ ମେଳାପୀ ଧର୍ମ ଶାସ୍ତ୍ରରେ ତାଙ୍କର ଗଭୀର ପାଣ୍ଡିତ୍ୟ ଥିଲା । ଅଞ୍ଚଳରେ ସ୍ଵର୍ଗତ ଦାସ ଜଣେ ସୁସଂଗଠକ, ବାଗ୍ମୀ ଆଧ୍ୟାତ୍ମିକ ପ୍ରବକ୍ତା, କୋଶଳ ଆନ୍ଦୋଳନ ପରୋଧା, ଚାଷୀ ନେତା, ସମାଜସେବୀ ଭାବେ ବେଶ ଜଣାଶୁଣା ଥିଲେ । ସେ ଅନେକ ଅନୁଷ୍ଠାନରେ ଜଡିତ ଥିଲେ । ତାଙ୍କର ଶିକ୍ଷକତା ଜୀବନରେ ତାଙ୍କ ଠୁଁ ଶିକ୍ଷାଲାଭ କରିଥିବା ଅନେକ ଛାତ୍ରଛାତ୍ରୀ ବହୁ ଉଚ୍ଚ ପଦପଦବୀରେ ନିଯୁକ୍ତି ପାଇଛନ୍ତି ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । କିଛି ବର୍ଷ ପୂର୍ବରୁ ତାଙ୍କର ଧର୍ମପତ୍ନୀଙ୍କ ଦେହାନ୍ତ ହେଇଯାଇଥିଲା । ତାଙ୍କର ପଛରେ ଦୁଇ ପୁଅ ବଡ଼ ପୁଅ ଜଗଜୀବନ ଦାସ ଓ ପ୍ରିୟ ରଞ୍ଜନ ଦାସ, ବୋହୂ ନାତି ନାତୁଣୀଙ୍କୁ ଛାଡି ଚାଲିଯାଇଛନ୍ତି । ତାଙ୍କର ପରଲୋକ ହୋଇଥିବା ଖବର ପାଇ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ବିଶେଷ ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଥିଲେ । ତାଙ୍କର ପରଲୋକରେ ଗ୍ରାମ ତଥା ଅଞ୍ଚଳରେ ଛାତ୍ରଛାତ୍ରୀ ବୁଦ୍ଧିଜୀବୀ, କୋଶଳ ପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ନିଜ ଗ୍ରାମର ଶ୍ମଶାନରେ ଶବ ସତ୍କାର କରାଯାଇଥିବା ବେଳେ ତାଙ୍କର ବଡ଼ ପୁଅ ଜଗଜୀବନ ମୂଖାଗ୍ନି ଦେଇଥିଲେ । ସ୍ୱର୍ଗତ ଦାସଙ୍କ ପରଲୋକରେ କୃଷକ ନେତା ଜ୍ୟୋତି ପ୍ରଧାନ, ଦଶରଥ ଦାସ, ନିରଞ୍ଜନ ବିଶି, ପ୍ରଫୁଲ୍ଲ ପଣ୍ଡା, ଟଙ୍କଧର ଦାସ ଓ ସମାଜସେବୀ ସୌକିଲାଲା ସାହୁ ଗଭୀର ଶୋକ ପ୍ରକାଶ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.