ନବନିର୍ମିତ ସରକାରୀ ଆୟୁର୍ବେଦ ଚିକିତ୍ସାଳୟ ଉଦଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜେପୁର ବ୍ଲକ ଅନ୍ତର୍ଗତ ଜୋଖିପାଲି ଗ୍ରାମରେ ଗତକାଲି ନବ ନିର୍ମିତ ସରକାରୀ ଆୟୁର୍ବେଦ ଚିକିତ୍ସାଳୟର କୋଠାଘରକୁ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଏବଂ ମାନ୍ୟବର ବିଧାୟିକା ରୀତା ସାହୁ ଉଦଘାଟନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବିଜେପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ, ସରପଞ୍ଚ ତୀର୍ଥବାସୀ ବରିହା, ଜିଲ୍ଲା ଆୟୁର୍ବେଦ ଚିକିତ୍ସାଧିକାରୀ ଡାକ୍ତର ପ୍ରଶାନ୍ତ କୁମାର ମିଶ୍ର, ଡାକ୍ତର ଜିତେନ୍ଦ୍ର କୁମାର ଆଚାର୍ଯ୍ୟ, ବରଗଡ ଜିଲ୍ଲା ଯୁବ ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ, ଜନାର୍ଦ୍ଦନ ପାଣିଗ୍ରାହୀ, ଗୌରହରି ମିଶ୍ର, ମୋତିରାମ ସାହୁ, ଗତିକୃଷ୍ଣ ମିଶ୍ର, ଶକୁନ୍ତଳା ମହାପାତ୍ର, ନରେନ୍ଦ୍ର ହୋତା, ମହେନ୍ଦ୍ର ମେହେର ଓ ଅନେକ ଦଳୀୟ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁର ମିଳିତ ଉଦ୍ୟମରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଉକ୍ତ ଶିବିରରେ ସର୍ବମୋଟ ୩୭ ୟୁନିଟ ସଂଗ୍ରହ ହୋଇଥିଲା ।

jittmm
Leave A Reply

Your email address will not be published.