ଅକ୍ଷୟ ଏକ ଅମ୍ଲାନ ସ୍ମୃତି ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରରର ସାମାଜିକ ଅନୁଷ୍ଠାନ ସେୟାରର ସାଙ୍ଗାତିକ ଶାଖା ‘ସୁର ତରଙ୍ଗ’ ଆନୁକୂଲ୍ୟରେ ଅକ୍ଷୟ ମହାନ୍ତିକୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ‘ଅକ୍ଷୟ ଏକ ଅମ୍ଲାନ ସ୍ମୃତି’ କାର୍ଯ୍ୟକ୍ରମ ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନିଲ ମଲ୍ଲିକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ଇସ୍ପାତ କାରଖାନାର କଞ୍ଚାମାଲ ସାମଗ୍ରୀ ପ୍ରବନ୍ଧକ ବିଭଗର ମୁଖ୍ୟ ମହାପ୍ରବନ୍ଧକ ଶୁଭଙ୍କର ରାୟଚୌଧୁରୀ, ଭାରତୀୟ ଷ୍ଟେଟ ବ୍ୟାଙ୍କ କଲିକତା ଶାଖାର ଉପ ପ୍ରବନ୍ଧକ ନରେଶ ଚନ୍ଦ୍ର ସାହୁ, ସେୟାରର ସଭାପତି ଶରତ ଚନ୍ଦ୍ର ସ୍ୱାଇଁ, ନିର୍ଦ୍ଦେଶକ ଦିଲ୍ଲୀପ କୁମାର ପରିଡା, ନିଖିଲ୍ କଳାକାର ପ୍ରଧାନ, ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିବା ସହ ଅକ୍ଷୟ ମହାନ୍ତିଙ୍କ ଜୀବନଶୈଳୀ ଓ ସଂଗୀତ ପ୍ରତି ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ପରେ ଅକ୍ଷୟ ମହାନ୍ତିଙ୍କ ରଚିତ ଓ ଗାୟନ କରିଥିବା ଗୀତ ଗୁଡ଼ିକୁ କଣ୍ଠଶିଳ୍ପୀ ଶ୍ରାବଣୀ ମହାନ୍ତି, ନିବେଦିତା ସ୍ୱାଇଁ, ମିନାକ୍ଷୀ ମହାରଣା, ସୁନନ୍ଦା ନନ୍ଦ, ଉତ୍ତମ କୁମାର ଖଟୁଆ, ନରେଶ ଚନ୍ଦ୍ର ସାହୁ, ଝରଣା ସାହୁ, ଦିଲ୍ଲୀପ କୁମାର ପରିଡ଼ା, ଅର୍ଚ୍ଚନା ଶତପଥୀ ଓ ସତ୍ୟବ୍ରତ ମହାନ୍ତି ପ୍ରମୁଖ ସୁଲଳିତ କଣ୍ଠରେ ପରିବେଷଣ କରିଥିଲେ । ଭିରା ସିନେ ପ୍ରଡକ୍ସନର ମୁଖ୍ୟ ଅଜୟ ରାୟଙ୍କ ମାର୍ଗଦର୍ଶନ ଓ ସଂଯୋଜକ ଶ୍ରୀ ମଲ୍ଲିକଙ୍କୁ ଭାଷା ଓ ସଂସ୍କୃତିର ପ୍ରସାରଣ ପାଇଁ ପୁରସ୍କୃତ କରାଯାଇଥିଲା । ପ୍ରାରମ୍ଭରେ ସୁର ତରଙ୍ଗର ପ୍ରତିଷ୍ଠାତା ଦିଲ୍ଲୀପ କୁମାର ପରିଡ଼ା ସ୍ୱାଗତ ଭାଷଣ ଦେଇଥିଲେ । ମୁଖ୍ୟ ଅତିଥି ଅନୁଷ୍ଠାନର ପରାମର୍ଶଦାତା ଡାକ୍ତର ଜୟନ୍ତ ଆଚାର୍ଯ୍ୟ, ନିର୍ଦ୍ଦେଶକ ଶ୍ରୀ ପ୍ରଧାନ ଓ ସଭାପତି ଶ୍ରୀ ସ୍ୱାଇଁ ସୁର ତରଙ୍ଗ କଳାକାର ମାନଙ୍କୁ ମେମୋଣ୍ଟୋ ପ୍ରଦାନ କରି ଉତ୍ସାହିତ କରଥିଲେ । ସେୟାର ଓ ସୁର ତରଙ୍ଗର ସଦସ୍ୟ ଜନ୍ମଜୟ ରାଉତରାୟ, ଧର୍ମେନ୍ଦ୍ର ଦାସ, ରାଜେଶ ଚୌରାଶିଆ, ରବିନ୍ଦ୍ର ପଟ୍ଟନାୟକ, ଅଜୟ ରାଉତ, ବସନ୍ତ ସ୍ୱାଇଁ, ରାଜୀବ ନାୟକ, ପ୍ରଶାନ୍ତ ପାତ୍ର, ସୁରେଶ କୁମାର ରାଉତରାୟ, ମନୋଜ ମହନ୍ତ, ୟେସ ସି ସାବତ, ଅଲେଖ ବାରିକ, ଅଚ୍ୟୁତ ନାୟକ, ମିଡ଼ିଆ ସଂଯୋଜକ ମନୋଜ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସମାଜସେବୀ ପ୍ରଦୀପ କୁମାର ଦାସ ଉପସ୍ଥିତି ରହି କଳାକାରଙ୍କୁ ଉତ୍ସାହିତ କରିଥିଲେ । ଶେଷରେ ଅନୁଷ୍ଠାନର ଅନ୍ୟତମ ପରାମର୍ଶଦାତା ଡ. ସତ୍ୟନାରାୟଣ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.