ଜୁନିଅର ରକ୍ଷକ ତାଲିମ ଶିବିର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଏନ୍‌ସିସି ଓଡିଶା ନିର୍ଦ୍ଦେଶାଳୟର ନିର୍ଦ୍ଦେଶ କ୍ରମେ ଏବଂ ସମ୍ବଲପୁର ନିର୍ଦ୍ଦେଶାଳୟର ମାଗଦର୍ଶକ ଓ ନିୟନ୍ତ୍ରଣରେ ଏବଂ ନବମ ଓଡିଶା ବାଟାଲିୟନ୍‌ ତରଫରୁ ଏକ ଶ୍ରେଷ୍ଠ ଭାରତ ଶିବିରକୁ ଆୟୋଜନ କରାଯାଇଛି । ଏହି ଶିବିର ଅକ୍ଟୋବର ୨ ତାରିଖରୁ ଆରମ୍ବ ହୋଇ ୧୩ ଅକ୍ଟୋବରରେ ଶେଷ ହେବ ଓ ଏହି ଶିବିରରେ ସର୍ବମୋଟ୍‌ ୫୨୫ କ୍ୟାଡେଟ୍‌ ବିଭିନ୍ନ ରାଜ୍ୟରୁ ଯଥା ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ, ଚଣ୍ଡିଗଡ ଓ ଓଡିଶାର ସିନିୟର ଓ ଜୁନିଅର ଉଇଙ୍ଗର ପୁଅ ଓ ଝିଅ ମାନେ ଅଂଶ ଗ୍ରହଣ କରୁଛନ୍ତି । ଏହି ଶିବିରର ମୂଳ ଉଦ୍ଦେଶ୍ୟ ହେଉଛି ସାଂସ୍କୃତିକ ସଂଯୋଗ, ଭାଷା ଓ ପରସ୍ପରର ରୀତିନୀତି, ପରମ୍ପରାକୁ ବୁଝିବା ଓ ପରଖିବା ଏବଂ ଜାତୀୟ ଏକ କିରଣର ଭାବନା ବିକାଶ କରିବା । ଆମ ଦେଶରେ ବଢୁଥିବା ସଡକ ଦୁର୍ଘଟଣାକୁ ଆଖି ଆଗରେ ଦେଖି ଏକ ପ୍ରୟାସ ଜାରି ରଖିଛି । ଏହି ପରିପ୍ରେକ୍ଷୀରେ ଓଡିଶା ଟ୍ରାନ୍ସପୋର୍ଟ କମିଶନଙ୍କ ନିର୍ଦ୍ଦେଶ ଓ ରାଉରକେଲା ଟ୍ରାନ୍ସପୋର୍ଟ ଅଫିସର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅକ୍ଟୋବର ୭ ଏବଂ ୮ ତାରିଖ ଦୁଇ ଦିନ ଧରି ଜୁନିଅର ରକ୍ଷକ ତାଲିମ ଶିବିର ସାଇ ଭେଲି ସ୍କୁଲରେ ଅନୁଷ୍ଠିତ ହୋଇଯାଇଛି । ଏହି ଦୁଇ ଦିନ ଧରି ଶିବିରର ମୂଳ ଲକ୍ଷ୍ୟ ହେଲା ଆମେ ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିକୁ କିପରି ଉପାୟରେ ସାହାଯ୍ୟ କରିବା ଓ ସଡ଼କ ନିୟମାବଳୀକୁ ଜାଣିବା ଓ ତା ସହିତ ଲୋକ ମାନଙ୍କୁ ସଚେତନ କରି ଦୁର୍ଘଟଣାକୁ କମାଇ ପାରିବା । ଏହି ଶିବିରର ପ୍ରଥମ ଅଧିବେଶନରେ ସମସ୍ତ କ୍ୟାଡେଟ୍‌ ମାନଙ୍କୁ ଗୋଟିଏ ବର୍ଷରେ, ଗୋଟିଏ ଦିନରେ ଓ ଗୋଟିଏ ଘଣ୍ଟାରେ କେତେ ଦୁର୍ଘଟଣା ହେଉଛି ସେ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଟ୍ରାଫିକ ଚିହ୍ନ, ଦୁର୍ଘଟଣା ଜନିତ କାରଣ, ଟ୍ରାଫିକ ସଂକେତ, ଫୋର୍‌ଇ ଓ ଫୋର ସି, ଗୁଡ୍ ସମାରିଟନ ନିୟମ, ସୋଲାସିୟମ ଫଣ୍ଡ ବିଷୟରେ ଅବଗତ କରାଯାଇଥିଲା । ଦ୍ୱିତୀୟ ଅଧିବେଶନରେ ପ୍ରାଥମିକ ଚିକିତ୍ସା ଉପରେ ଆଲୋଚନା ହୋଇଥିଲା । ଆମେ ଆହତ ବ୍ୟକ୍ତିକୁ କେମିତି ଉପାୟରେ ତାକୁ ସୁରକ୍ଷା ଦେବା ଏବଂ ତା ଜୀବନଟା ବଞ୍ଚାଇପାରିବା ସେହି ବିଷୟରେ ସମସ୍ତଙ୍କୁ ବିସ୍ତୃତ ଭାବେ ପ୍ରଶିକ୍ଷଣ ଦିଆଯାଇଥିଲା । ପ୍ରାଥମିକ ଚିକିତ୍ସା କଣ, ତାର ମୂଳ ଲକ୍ଷ୍ୟ ଏବଂ କେମିତି ଭାବେ ଆମେ ତାର ନିରାକରଣ କରିବା, ଆହତ ବ୍ୟକ୍ତିକୁ କେମିତି ଉପାୟରେ ଦୁର୍ଘଟଣା ଜାଗାରୁ ସୁରକ୍ଷିତ ସ୍ଥାନକୁ ନେବା ଯଥା କ୍ରାଡେଲ, ହ୍ୟୁମାନ କ୍ରଚ, ପିକ୍‌ ଏ ବେକ୍‌, ଫାୟାର ମେନ ଲିଫ୍ଟ, ଟୁ ହ୍ୟାଣ୍ଡ ସିଟ, ଥ୍ରୀ ହ୍ୟାଣ୍ଡ ସିଟ, ଫୋର ହ୍ୟାଣ୍ଡ ସିଟ, କ୍ଲଥ ଷ୍ଟ୍ରେଚର, ହ୍ୟୁମାନ ଷ୍ଟ୍ରେଚର, ଡ଼କ୍ଟର ଏବିସି କଣ, ସହଜ ଉପାୟରେ କେମିତି ପଲସ ଚେକ କରିବା, ବିଜୁଳି ମାରିଲେ କେମିତି ଉପାୟରେ ଅବସ୍ଥାନ କରିବା ଓ ଶେଷରେ ସିପିଆର୍‌ ମାନେ ଆରଡିଓ ପଲ୍‌ମ୍ୟୁନାରୀ ରୀସାଇଟେସନ୍‌ କେଉଁ ଜାଗାରେ ଦେବା, କାହାକୁ ଦେବା ଓ କେମିତି ଉପାୟରେ ଦେବା ତାକୁ ପ୍ରାକଟିକାଲ୍‌ ମାଧ୍ୟମରେ ଦେଖାଯାଇଥିଲା ଓ କିଛି କିଛି କ୍ୟାଡେଟମାନେ ଆସି ନିଜେ ନିଜେ ତାକୁ ଅଭ୍ୟାସ କରିଥିଲେ । ଏହି ଦୁଇ ଦିନିଆ ଶିବିରକୁ ମାଷ୍ଟର ଟ୍ରେନର୍‌ ଶୁଭେନ୍ଦୁ ପଣ୍ଡା, ସୁଦାମ ସ୍ୱାଇଁ, ହାବିଲ କିସାନ, ଭରତ କୁମାର ସାହୁ ପରିଚାଳନା କରିଥିଲେ । ଏହି ଶିବିରକୁ ପରିଚାଳନା କରବାରେ ପ୍ରମୁଖ ଭାବେ ବିଭୁ ଭଂଜନ ସାମନ୍ତ ସିଂହରାୟ, ଆର୍‌ଟିଓ ରାଉରକେଲା ମାନସ ରଞ୍ଜନ ପୃଷ୍ଟି, ଏମ୍‌ଭିଆଇ ରାଉରକେଲା, କର୍ନେଲ ଶଶାଙ୍କ ଚନ୍ଦ୍ରକାନ୍ତ କୂଲକର୍ଣ୍ଣୀ, କମାଣ୍ଡିଂ ଅଫିସର ନବମ ଓଡିଶା ବାଟାଲିୟନ, ଏନ୍‌ସିସି ଅଫିସର ଆରୟା ଜେନା, ବିଭିନ୍ନ ରାଜ୍ୟରୁ ଆସିଥିବା ସମସ୍ତ ଏନ୍‌ସିସି ଅଫିସର ଏବଂ ନବମ ବାଟାଲିୟନର ସମସ୍ତ ଷ୍ଟାଫ ମାନଙ୍କ ପ୍ରଚେଷ୍ଟାରେ ଏହି ଦୁଇ ଦିନ ଧରି ଚାଲିଥିବା ଶିବିରକୁ ସଫଳ ଆୟୋଜନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ପରିଶେଷରେ ସମସ୍ତ କ୍ୟାଡେଟମାନଙ୍କୁ ଜୁନିଅର ରକ୍ଷକ ର ସାଟିଫିକେଟ ପ୍ରଦାନ କରାଯାଇଥିଲା ଜ୍ଝ

Leave A Reply

Your email address will not be published.