oom

ରାଉରକେଲା କଲେଜରେ ସ୍ୱଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ନରେନ୍ଦ୍ର ମୋଦି ସେବା ସଂକଳ୍ପ ଆନୁକୂଲ୍ୟରେ ସେକ୍ଟର -୪ ସ୍ଥିତ ରାଉରକେଲା କଲେଜର ଜାତୀୟ ସେବା ଯୋଜନା ସଂଯୁକ୍ତ ଶାଖା ଆୟୋଜିତ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନାଙ୍କ ମାର୍ଗଦର୍ଶନରେ ଆୟୋଜିତ ହୋଇଯାଇଛି । ଏହି ଶିବିରଟି ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା ବେଳେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଦ୍ୱାରା ଉଦ୍‌ଯାପିତ ହୋଇଥିଲା ଯେଉଁଥିରେ ମୋଟ୍‌ ୧୦୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଶତାଧିକ ସ୍ୱେଚ୍ଛାସେବୀ, ଛାତ୍ରଛାତ୍ରୀ ପାରମ୍ପରିକ ନୃତ୍ୟ-ଗୀତ-ବାଦ୍ୟର ତାଳେତାଳେ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ଜାତୀୟ ସେବା ଯୋଜନା ସଂଯୁକ୍ତ ଶାଖାର ପ୍ରୋଗ୍ରାମ ଅଫିସର କରୁଣାକର ପାଟ୍ଟଶାଣୀ ଏବଂ ସହଯୋଗୀ ପ୍ରୋଗ୍ରାମ ଅଫିସର ରଶ୍ମିପ୍ରଭା ମଥାନଙ୍କ ନେତୃତ୍ୱରେ ଆୟୋଜିତ ଏହି ଶିବିରରେ ସହରର ଅନେକ ଯୁବକ ରକ୍ତଦାନ କରିବା ସହ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରାଇବା ପାଇଁ ପ୍ରତ୍ୟକ୍ଷ ସହଯୋଗୀ ଭାବେ ବରିଷ୍ଠ ପ୍ରାଧ୍ୟାପିକା ତପସ୍ଵିନୀ ମିଶ୍ର, ଭାରତୀ ବରୱା, ବନ୍ଦନା ସୋରେଙ୍ଗ, ପ୍ରାଧ୍ୟାପକ ରଶ୍ମି ରଞ୍ଜନ ରାଉତ, ଅନୁପ ଏକ୍କା, ତରଣି ନାୟକ, ଯୁବ ରେଡ୍‌କ୍ରସ୍ ସଂଯୋଜକ ମନୋଜ କୁମାର ଦଳେଇ, ରଂଜିତ ପ୍ରଧାନ, ବୈଜୟନ୍ତୀ ବାରିକ, ଅନୁପମା ଲୁଗୁନ, ଅନାମିକା କୁଲ୍ଲୁ, ମୌସୁମୀ ଦାଶ, ଜିତେନ୍ଦ୍ର ଡାକୁଆ ବ୍ୟତୀତ ଅଜୟ ଗୌଡ଼, ଅରୁଣ ମହାନ୍ତି, ବିଶାଳ ରାମ, ସୌମ୍ୟରଞ୍ଜନ ମହାନ୍ତି, ପ୍ରଯୁକ୍ତା ଭବାନୀ ନାୟକ, ଅନୁଶ୍ରୀ ରାଉତ, ରେଖା କୁମାରୀ ପ୍ରସାଦ, ଜଗନ ମହାନ୍ତି, ଲିପ୍ସା ବଳିୟାରସିଂହ, ସୁଶ୍ରୀ ରେଖା ବେହେରା, ଅପର୍ଣ୍ଣା ପାହାରୀ, ଶ୍ରିୟା ବାଗ, ଅଭିଷେକ ପରିଡ଼ା, ଦେବାଶିଷ ହୋତା, ଦେବସ୍ମିତା ପଟ୍ଟନାୟକ, ସଂଧ୍ୟା ରାଣୀ ବେହେରା, ମନମୋହନ ଦାସ, ଲୋପାମୁଦ୍ରା ପତି, ଜ୍ୟୋତ୍ସ୍ନା ଏକ୍କା, ଆନିମା ମୁଣ୍ଡାରୀ, ହିମାଂଶୁ ନାୟକ, ଗିରିଜା ଶଙ୍କର ସ୍ୱାଇଁ, ତୃପ୍ତିଲତା ଶତପଥି, ସନ୍ଧ୍ୟା ରାଣୀ ସାହୁ, ମାମା ମହାନ୍ତି, ସୋନୁ ଶର୍ମା, ନୀଳାମ୍ବର ନାଏକ, ନିକିତା ତିୱାରୀ ପ୍ରମୁଖ ସ୍ୱେଚ୍ଛାସେବୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.