ରାଉରକେଲା କଲେଜରେ ବିଶ୍ୱ ଆଦିବାସୀ ଦିବସ, ଅଗଷ୍ଟ କ୍ରାନ୍ତି ଦିବସ ଓ ଗଙ୍ଗାଧର ଜୟନ୍ତୀ ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର-୪ ସ୍ଥିତ ରାଉରକେଲା କଲେଜରେ ବିଶ୍ୱ ଆଦିବାସୀ ଦିବସ, ଅଗଷ୍ଟ କ୍ରାନ୍ତି ଦିବସ ଓ ଗଙ୍ଗାଧର ଜୟନ୍ତୀ ପ୍ରାଧ୍ୟାପିକା ତପସ୍ଵିନୀ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଅଗଷ୍ଟ କ୍ରାନ୍ତିର ଇତିହାସ ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ ବାର୍ତ୍ତା ଦେଇ ଉଦ୍‌ବୁଦ୍ଧ କରିଥିଲେ । ପ୍ରାଧ୍ୟାପିକା ମିଶ୍ର ତିନୋଟି ଦିବସର ମହତ୍ତ୍ଵକୁ ଉପସ୍ଥାପିତ କରିଥିଲେ । ପରେ ବରିଷ୍ଠ ଅଧ୍ୟାପକ ଅନୁପ ଏକ୍କା ଓରାମ୍ ସଂପ୍ରଦାୟର ଇତିହାସ ଓ ସଂସ୍କୃତି ସମ୍ପର୍କରେ ବିଶେଷ ଆଲୋଚନା କରିଥିବାବେଳେ ପ୍ରାଧ୍ୟାପିକା ଭାରତୀ ବରୱା କିଷାନ ସଂପ୍ରଦାୟର ପରମ୍ପରା ଓ ଅସ୍ମିତା ସଂପର୍କରେ ଆଲୋକପାତ କରିଥିଲେ । ପ୍ରାଧ୍ୟାପିକା ରଶ୍ମିପ୍ରଭା ମଥାନ କାର୍ଯ୍ୟକ୍ରମରେ ସଂଯୋଜନା କରିବା ସହ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ମାଟି ପ୍ରୀତି ଓ ଅମଳିନ ସାହିତ୍ୟ ସଂପର୍କରେ ଚର୍ଚ୍ଚା କରିଥିଲେ । ଶେଷରେ ଛାତ୍ରୀ ରାନୀ କୁମାରୀ ବିଭିନ୍ନ ଦିବସକୁ ନେଇ କବିତା ଆବୃତ୍ତି ଏବଂ ଶତାଧିକ ଛାତ୍ରଛାତ୍ରୀ ଆଦିବାସୀ ସଂଗୀତ ଗାନ ସହ ପାରମ୍ପରିକ ବାଦ୍ୟଯନ୍ତ୍ର ତାଳେତାଳେ ନୃତ୍ୟ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମର ଅନ୍ତିମ ସ୍ପର୍ଶ ପ୍ରଦାନ କରିଥିଲେ ପ୍ରାଧ୍ୟାପକ ରଂଜିତ ପ୍ରଧାନ, ପ୍ରାଧ୍ୟାପିକା ବନ୍ଦନା ସୋରେଙ୍ଗ, ପ୍ରାଧ୍ୟାପକ ମନୋଜ ଦଳେଇ, ଅନାମିକା କୁଲ୍ଲୁ, ଅନୁପମା ଲୁଗୁନ, ପ୍ରିୟଙ୍କା ପଲେଇ, ପ୍ରତିମା ଷଡ଼ଙ୍ଗୀ, ସନ୍ତୋଷ ରଜାକ, ଦୁର୍ଯ୍ୟୋଧନ ଖଟୁଆ, ରାଜକୁମାର ସାହୁ, ଅରୁଣ ନାୟକ, ଗିରୀଶ ପରିଡ଼ା, ଶୁଭଶ୍ରୀ ବାରିକ, ସ୍ୱାତୀସ୍ମିତା ସାହୁ ପ୍ରମୁଖ ଅଧ୍ୟାପକ-ଅଧ୍ୟାପିକା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.