ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ରାଉରକେଲାରେ ଗୋ-ଗ୍ରୀନ କ୍ଲବ୍‌ ପକ୍ଷରୁ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସାରା ଦେଶରେ ଚାଲିଛି ବୃକ୍ଷରୋପଣ କାର୍ଯ୍ୟକ୍ରମ । ଏହି କ୍ରମରେ ରାଉରକେଲା ସହରର ପାନପୋଷ ସ୍ଥିତ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ଗୋ-ଗ୍ରୀନ କ୍ଲବ୍‌ ପକ୍ଷରୁ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ. ବିଜୟ କୁମାର ବେହେରାଙ୍କ ମାର୍ଗଦର୍ଶନ ଏବଂ ଗୋ-ଗ୍ରୀନ୍‌ କ୍ଲବ୍‌ର ସଂଯୋଜକ ତଥା ଅଧ୍ୟାପିକା ମନିଶା ନାୟକଙ୍କ ନେତୃତ୍ୱ ଏହି କର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଅନୁଷ୍ଠାନ ପରିସରରେ ବିଭିନ୍ନ ପ୍ରକାରର ବୃକ୍ଷରୋପଣ କରିଛନ୍ତି । ଏଥିରେ ଇକୋ କ୍ଲବ୍‌ର ସଂଯୋଜକ ଡ. ପ୍ରତାପ କୁମାର ସ୍ୱାଇଁ ସଦସ୍ୟା ଗ୍ଲାଡ୍‌ସୀ ବେକ୍‌ଙ୍କ ସମେତ ଗୋ-ଗ୍ରୀନ କ୍ଲବ୍‌ର ସଦସ୍ୟା ଅଧ୍ୟାପିକା ଲିଲି ପ୍ରେମା ମିଞ୍ଜ ଓ ଅନିତା ଜୈନ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ଏଥିରେ ଶତାଧିକ ଭିନ୍ନ ଭିନ୍ନ ବର୍ଗର ବୃକ୍ଷରୋପଣ କରାଯାଇଥିଲା ।

Leave A Reply

Your email address will not be published.