ଖୁଣ୍ଟସମଲେଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସାଧନ କେନ୍ଦ୍ର ସ୍ତରୀୟ ବିଜ୍ଞାନ ମେଳା ଆୟୋଜିତ

ପାଟଣାଗଡ଼, (ପୁସ୍ତମ ଯୁଆଡି) : ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଖୁଣ୍ଟସମଲେଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ସାଧନ କେନ୍ଦ୍ର ସଂଯୋଜକ ରଜନୀ ରଂଜନ ରଥଙ୍କ ତତ୍ତ୍ବାବଧାନରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଚାରକ ଭାବରେ ବିଜ୍ଞାନ ଶିକ୍ଷକ ଭକ୍ତରାମ ମେହେର ଏବଂ ଲମ୍ବୋଦର ସାହୁ ଯୋଗ ଦେଇଥିଲେ । ଏଥିରେ ସମୁଦାୟ ଦଶଟି ପ୍ରକଳ୍ପ ପ୍ରଦର୍ଶନ କରାଯାଇଥିଲା ଏବଂ ତନ୍ମଧ୍ୟରୁ ପାଞ୍ଚଟି ପ୍ରକଳପକୁ ଚୟନ କରି ବ୍ଲକ ସ୍ତରୀୟ ବିଜ୍ଞାନ ମେଳାରେ ଯୋଗ ଦେବା ପାଇଁ ଯୋଗ୍ୟ ବିବେଚିତ କରାଯାଇଥିଲା । ଏହି କାର୍ୟ୍ୟକ୍ରମକୁ ପରିଚାଲନାରେ ଶିକ୍ଷକ ଲାଲଚନ ବଗର୍ତ୍ତୀ, ସୁଶାନ୍ତ ପଟେଲ, ଦିଲୀପ ବାରିକ, ରାଜୁ ଭୋଇ, ଭକ୍ତବନ୍ଧୁ ନାଗ ତଥା ବିଦ୍ୟାଳୟର ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.