oum

ଏକତ୍ର ଆୟୋଜିତ ରଙ୍ଗମଞ୍ଚର ନାଟ୍ୟ ପଠନ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ୨୫ଟି ନାଟ୍ୟାନୁଷ୍ଠାନକୁ ନେଇ ଗଠିତ ଏକତ୍ର ରାଉରକେଲା ତରଫରୁ ଆୟୋଜିତ ହୋଇ ଆସୁଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ନାଟ୍ୟ ପଠନର ଅଂଶବିଶେଷ ଭାବେ ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାରରେ ଏକ ନାଟ୍ୟ ପଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସହରର ଅନ୍ୟତମ ନାଟ୍ୟାନୁଷ୍ଠାନ ରଙ୍ଗମଞ୍ଚ ପ୍ରାୟୋଜିତ, ଡ. ପଞ୍ଚାନନ ପାତ୍ରଙ୍କ ରଚିତ ତଥା ବିଶିଷ୍ଟ ନାଟ୍ୟ ବ୍ୟକ୍ତିତ୍ଵ କୈଳାଶ ପାଣିଗ୍ରାହୀଙ୍କ ନିର୍ଦ୍ଦେଶିତ ନାଟକ ‘ଜୀବନ ଯେମିତି’କୁ ପଠନ କରାଯାଇଥିଲା । ବ୍ୟକ୍ତି ବ୍ୟକ୍ତିଙ୍କୁ ନେଇ ପରିବାର ଓ ସମାଜ ଗଠିତ ହୋଇଥାଏ । ଜଣେ ମଣିଷ ଅନ୍ୟ ଜଣେ ମଣିଷକୁ ବୁଝିପାରିଲେ ପରିବାର ତିଷ୍ଠି ରହେ । ଏଥିରୁ ବ୍ୟତିକ୍ରମ ହେଲେ ସମ୍ପର୍କ ବେଶି ଦିନ ତିଷ୍ଠି ପାରେନାହିଁ । ସମ୍ପର୍କ ମଧ୍ୟରେ ତାଳମେଳ ନରହିଲେ ଜୀବନରୁ ଛନ୍ଦ ହଜିଯାଏ । ହଜିଯାଏ ବର୍ଷ, ମାସ, ବୟସ । କିନ୍ତୁ ଉତ୍ତୀର୍ଣ୍ଣ ଅପରାହ୍ନରେ ଚେତା ଫେରିଲା ବେଳକୁ ଅନୁତାପ ଛଡ଼ା କିଛି ନଥାଏ । ଏହିଭଳି କାହାଣୀକୁ ନେଇ ଗତିଶୀଳ ହୋଇଛି ନାଟକ ଜୀବନ ଯେମିତି । ଏହି ନାଟ୍ୟ ପଠନରେ ବିଭିନ୍ନ ଭୂମିକାରେ ପ୍ରସନ୍ନ ମହାନ୍ତି, ସରୋଜ ଶଙ୍ଖୁଆ, ସୌମ୍ୟରଞ୍ଜନ ଲେଙ୍କା, ସାଇ, ଉମାଶଙ୍କର ପଣ୍ଡା, ସୌମ୍ୟା ସୁଚରିତା ଓ କୈଳାଶ ପାଣିଗ୍ରାହୀ ଅଂଶଗ୍ରହଣ କରିଥିବା ବେଳେ ଶବ୍ଦ ଆଲୋକରେ ଶ୍ରୀଲାଇଟ୍ସ, ପ୍ରଛଦପଟ ସଂଗୀତରେ ଅମୂଲ୍ୟ ବିଶୋଇ ପ୍ରମୁଖ ସହଯୋଗ କରିଥିଲେ । ପ୍ରାରମ୍ଭରେ ସେବା ନିବୃତ ପ୍ରଶାସକ ମହେନ୍ଦ୍ର ପଟ୍ଟନାୟକ, ଏକତ୍ରର ସଭାପତି ରାଜୀବ ପାଣି, କାର୍ଯ୍ୟକାରୀ ସଭାପତି ଆଲୋକ ବୋଷ ପ୍ରମୁଖ ନାଟ୍ୟ ପଠନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ମତ ରଖି କିପରି ସ୍ୱଳ୍ପ ଖର୍ଚ୍ଚରେ ଜୀବନ୍ତ ନାଟକର ପ୍ରଦର୍ଶିତ ହୋଇପାରୁଛି ଓ ଏକତ୍ରର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ । ସମ୍ପାଦକ ସୁଦେଶ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ନାଟ୍ୟ ପଠନ ସମ୍ପର୍କରେ ଡା. କୃପାସିନ୍ଧୁ ନାୟକ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ଶର୍ମିଷ୍ଠା କବିଶତପଥୀ, ପଲ୍ଲବ ଚାର୍ଟାଜୀ, ବିଜୟ ବରାଳ, ଡ. ସୁଶାନ୍ତ ପାଣି, ବିଲୋଚନ ପାତ୍ର , ଡ. ଶକ୍ତି ପ୍ରସାଦ ସାମନ୍ତରାୟ, ଗୌତମ ଦାସ, ରାଜ କୁମାର ମହାନ୍ତି, ପ୍ରଫେସର ଗିରିଜା ଶଙ୍କର ଗୋସ୍ୱାମୀ, ଅଶୋକ ପଟ୍ଟନାୟକ ପ୍ରମୁଖ ନିଜର ସୁଚିନ୍ତିତ ମତାମତ ରଖିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ କନକଲତା ଦାସ, ବବିତା ମହାଳିକ, କିଶୋରୀ ମୋହନ କର, ଅକ୍ଷୟ ଧଳ, ରାଜକୁମାର ମହାନ୍ତି, ସୁଦେଶ ନାୟକଙ୍କ ସମେତ ବିଭିନ୍ନ ନାଟ୍ୟନୁଷ୍ଠାନର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.