ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ନିଜକୁ ସୁସ୍ଥ ରଖିବା ସହ କିଭଳି ନିଜର ଜୀବନ ଶୈଳୀକୁ ରୋଗମୁକ୍ତ ଜୀବନ ଭାବରେ ବିତେଇ ପାରିବା ସେନେଇ ଟିଟିଲାଗଡ଼ ତେରାପନ୍ଥ ପ୍ରଫେସ୍ନାଲ୍ ଫୋରମ୍ ତରଫରୁ ରବିବାର ସକାଳୁ ଏକ ସାଇକ୍ଲୋଥୋନ୍ର ଆୟୋଜନ କରାଯାଇଥିଲା । ସ୍ଥାନୀୟ ଜୈନ ଭବନଠାରୁ ୨୫ରୁ ଅଧିକ ସାଇକେଲ ଆରୋହୀ ଏଥିରେ ଅଂଶଗ୍ରହଣ କରି ଚାହାରଭଟା ଓମ୍ ଭ୍ୟାଲି ସ୍କୁଲ ଯାଏଁ ଯାଇ ପୁଣି ସହରକୁ ଫେରିଥିଲେ । ଏହି ସଚେତନତା ରେଲି ବାହାର କରିବାର ମୂଳଲକ୍ଷ୍ୟ ହେଲା ସମସ୍ତେ କିପରି ସୁସ୍ଥ ରହିବେ ସେ ନେଇ ସମାଜକୁ ବାର୍ତ୍ତା ଦେବା ବୋଲି ଫୋରମର ସଭାପତି ଆନନ୍ଦ ଜୈନ ପ୍ରକାଶ କରିଛନ୍ତି । ଏହି ରେଲିରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ଆଶିଷ ଜୈନ, ଡ. ମୋହନ ଜୈନ, ଶୁଭମ୍ ଜୈନ, ତେରାପନ୍ଥ ଯୁବକ ପରିଷଦ ସଭାପତି ଜ୍ୟୋତି ପ୍ରକାଶ ଜୈନ, ଚିରଞ୍ଜିବୀ ଜୈନ, ପ୍ରଭାବତି ସ୍କୁଲର ପ୍ରମୋଦ କୁମାର ପାଲ, ଅମନ ଜୈନ, ଅବକାରୀ ବିଭାଗର ୫ ଜଣ ଅଧିକାରୀ, ଓମ୍ ଭ୍ୟାଲି ସ୍କୁଲ ଓ ପ୍ରଭାବତୀ ସ୍କୁଲର ଛାତ୍ରମାନେ ଅଂଶଗ୍ରହଣ କରିଥିଲେ ।
Prev Post