ବାରିପଦାରେ ଦ୍ୱିତୀୟ ଶିଶୁ କଳା ମହୋତ୍ସବ ଆୟୋଜିତ

ବାରିପଦା : ମୟୂରଭଞ୍ଜ ସାଂସ୍କୃତିକ ବିକାଶ ଅନୁଷ୍ଠାନ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଦ୍ୱିତୀୟ ଶିଶୁ କଳା ମହୋତ୍ସବ ବାରିପଦା ଶହୀଦ ସ୍ମୃତିଭବନ ପରିସରରେ ଆୟୋଜିତ ହୋଇଯାଇଛି । ପଦ୍ମଭୂଷଣ ଯତୀନ ଦାସଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ଏହି ମହୋତ୍ସବରେ ଜିଲ୍ଲାର କୋଣ ଅନୁକୋଣରୁ ୭୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ମାନପତ୍ର ଓ ଉପହାର ଗ୍ରହଣ କରିଥିଲେ । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାମାଜିକ କର୍ମୀ ଲଲାଟେନ୍ଦୁ ରଥ ଯୋଗଦେଇ ମୟୂରଭଞ୍ଜର କଳା ସଂସ୍କୃତି ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛି ବୋଲି ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ନାଟ୍ୟ ନିର୍ଦ୍ଦେଶକ ଧୀର ବସା ଯୋଗ ଦେଇଥିଲେ । ଖବରଦାତା ବୀରେନ୍ଦ୍ର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ମହୋତ୍ସବ ଆୟୋଜିତ ହୋଇଥିଲା । ରଞ୍ଜନ କୁମାର ମହାନ୍ତି, ତଥାଗତ ଉପାଧ୍ୟାୟ, ସୁଶ୍ରୀ ମହାନ୍ତି, ଡ.ମୀନତି ମଲ୍ଲିକ, ରେଣୁବାଳା ରଥ, ସୁନୀତ ପୁରୀ, ସୋନାଲିକା ମହାପାତ୍ର, ନିବେଦିତା ମହାନ୍ତ, ସୋନାଲୀ ମୁର୍ମୁ, ଅନିମା ମିଶ୍ର, ଦୀପକ ମୁର୍ମୁ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ହସ୍ତକଳା ପ୍ରଦର୍ଶନୀ ଓ ୩ ଜଣ ଚିତ୍ରଶିଳ୍ପୀ, କଲ୍ୟାଣ ବାରିକ, ମାନସ ପତି ଓ ମହେନ୍ଦ୍ର ଦଣ୍ଡପାଟଙ୍କ ଚିତ୍ର ପ୍ରଦର୍ଶନ କରାଯାଇଥିଲା । ଉଦ୍‌ଯାପନୀ ଉତ୍ସବରେ ମୟୂରଭଞ୍ଜର କଳା ଓ ସଂସ୍କୃତିର ପୁରୋଧାମାନଙ୍କୁ ମଞ୍ଚରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.