ସଇଁତଲା, (ପ୍ରମୋଦ କୁମାର ସେଲମା) : ସଇଁତଲା ବ୍ଲକ ଅନ୍ତର୍ଗତ ଧରପଗଡ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅବସପ୍ରାପ୍ତ ଶିକ୍ଷକ ବୃନ୍ଦାବନ କୁମ୍ଭାରଙ୍କ ଦ୍ୱାରା ଏକ ଭ୍ରାମ୍ୟମାଣ ପାଠାଗାରର ଆୟୋଜନ କରାଯାଇଥିଲା । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ଖେତି ଅଧ୍ୟକ୍ଷତା କରି ପୁସ୍ତକ ହିଁ ମଣିଷର ବନ୍ଧୁ ବୋଲି ଛାତ୍ରଛାତ୍ରୀଙ୍କୁ ଗ୍ରନ୍ଥ କୀଟ ହେବା ପାଇଁ କହିଥିଲେ । ବିଦ୍ୟାଳୟର ଅନ୍ୟ ସହକାରୀ ଶିକ୍ଷକମାନେ କେବଳ ଶ୍ରେଣୀ କୋର୍ସରେ ସୀମିତ ନରହି ଶିଶୁ ସାହିତ୍ୟିକମାନଙ୍କର ପୁସ୍ତକ ତଥା ଅନ୍ୟାନ୍ୟ ପୁସ୍ତକ ପ୍ରତି ଜ୍ଞାନ ଆହରଣ କରିବାକୁ ଛାତ୍ରଛାତ୍ରୀଙ୍କୁ ଦିଗ୍ଦର୍ଶନ ଦେଇଥିଲେ । ଏହି ଅବସରରେ ଦିବ୍ୟାଲୋଚନ ଥନାପତି, ନୀଳମଣି ମେହେର, ଆନନ୍ଦ ମେହେର, ପ୍ରତାପ ଚନ୍ଦ୍ର ଦାସ, ପୁନମ ହରୋ ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରିବାରେ ସାହାଯ୍ୟ କରିଥିଲେ । ଶେଷରେ କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା ।