- ସମୁଦାୟ ୫୫୬ ଜଣ ପଞ୍ଜିକୃତ
ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ ତୁରେକେଲାର ସଭାଗୃହ ପରିସରରେ ମଙ୍ଗଳବାର ଭୀମ ଭୋଇ ସାମର୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଏଥିରେ ସମୁଦାୟ ୫୫୬ ଜଣ ଶାରୀରିକ ବିକାଳଙ୍ଗ ପଞ୍ଜିକୃତ କରିଥିବା ବେଳେ ଏମ୍ଆର୍-୫୧,ଏଚ୍ ଇ,୯୫ ଓ ଏଚ୍୨୫୪, ଅନ୍ୟାନ୍ୟ-୩୪,ଏଡ୍ ଏପିଲେନ୍ସେ ୩୧ଜଣ ଆବେଦନ କରିଥିଲେ । ଏଥିରେ ଜିଲ୍ଲା ମୁଖ୍ୟ ଡାକ୍ତର ଖାନାରୁ ଅଭିଜ୍ଞ ବିଭିନ୍ନ ବିଭାଗର ଡାକ୍ତର ମାନେ ଆସି ଭିନ୍ନକ୍ଷମକୁ ଚିହ୍ନଟ କରିଥିଲା । ବ୍ଲକ ଉପାଧ୍ୟକ୍ଷ, ବ୍ଲକ ପ୍ରଶାସନ ଯଥା ସାମାଜିକ ସୁରକ୍ଷା ଅଧିକାରୀ, ସାମାଜିକ ସୁରକ୍ଷା ଅଧିକାରି ହେମାନନ୍ଦ ବିଶ୍ୱାଳ, ବିଡ଼ିଓ ,ଏପିଓ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।