ବୋଇତ ବନ୍ଦାଣ ମହୋତ୍ସବର ଆୟୋଜନ ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରିବାର ଏକ ମାଧ୍ୟମ ଅଟେ : ସୂର୍ଯ୍ୟବଂଶୀ ସୁରଜ୍
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବୋଇତ ବନ୍ଦାଣ ଉତ୍ସବର ଆୟୋଜନ କରିବା ହେଉଛି, ଆମର ଓଡ଼ିଆ ସଂସ୍କୃତି ଓ ଆମ ପରମ୍ପରାକୁ ଉଜ୍ଜୀବିତ କରିବାର ଏକ ନିଆରା ମାଧ୍ୟମ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ଗୋପାଳପୁର ବେଳାଭୂମି ଠାରେ ଆୟୋଜିତ ବର୍ଣ୍ଣାଢ଼୍ୟ ଉତ୍ସବରେ ମତବ୍ୟକ୍ତ କରିଛନ୍ତି । ଆମ ସଂସ୍କୃତିକୁ ବଜାଇ ରଖିବା ହେଉଛି ଆମ କର୍ତ୍ତବ୍ୟ । ଭାରତବର୍ଷରେ ପ୍ରସିଦ୍ଧ ଲାଭ କରୁଛି, ଆମ କଳା ସଂସ୍କୃତି, ଆମ ଓଡ଼ିଆ ଶିଳ୍ପୀକୁ ପ୍ରତିପାଦନ କରିବାରେ ସହାୟକ ହୋଇଥାଏ । ବୋଇତ ବନ୍ଦାଣ ଉତ୍ସବର ମହତ୍ତ୍ୱ ଓ ତାତ୍ପର୍ଯ୍ୟ ବିଷୟରେ ବର୍ଣ୍ଣନା କରି କହିଛନ୍ତି । ଏହି ଉତ୍ସବକୁ ସରସ ସୁନ୍ଦର ଭାବେ ଆୟୋଜନ କରିଥିବାରୁ ଗଞ୍ଜାମ ଜିଲ୍ଲା ପ୍ରଶାସନର ଭୂୟସୀ ପ୍ରଶଂସା କରିଛନ୍ତି । ଗୋପାଳପୁର ବୋଇତ ବନ୍ଦାଣ ମହୋତ୍ସବର ଦ୍ୱିତୀୟ ସାନ୍ଧ୍ୟ ରଜନୀରେ ମୁଖ୍ୟଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ମୁଖ୍ୟଅତିଥି ଭାବେ ଯୋଗ ଦେଇ ତାଙ୍କରି ଓଜସ୍ଵିନୀ ଭାଷଣରେ ଅଗଣିତ ଦର୍ଶକଙ୍କୁ ପ୍ରଭାବିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍, ଅତିରିକ୍ତ ଜିଲ୍ଲାପାଳ ଡ଼ଃ. ପ୍ରମୋଦ କୁମାର ପୃଷ୍ଟି, ବ୍ରହ୍ମପୁର ମହାନଗର ନିଗମ କମିଶନର ପ୍ରଥମେଶ୍ ଅରବିନ୍ଦ ରାଜଶିର୍କେ, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର ପ୍ରମୁଖ ଉପସ୍ଥିତ ଥିଲେ । ହୁଳହୁଳି ଓ ପୁଚି ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରି ସମ୍ମାନୀତ କରାଯାଇଥିଲା । ବୋଇତ ବନ୍ଦାଣ ପୁସ୍ତକ ଏହି ମଞ୍ଚରେ ଶୁଭ ଉନ୍ମୋଚନ ହୋଇଥିଲା । ସାନ୍ଧ୍ୟ କାର୍ଯ୍ୟକ୍ରମର ଦ୍ୱିତୀୟ ରଜନୀରେ ସ୍ଥାନୀୟ କଳାକାର ମାନଙ୍କ ଦ୍ୱାରା ତେଲୁଗୁ ପାଲା, ଘଟ କଳସୀ ନୃତ୍ୟ, ରଣପାନାଚ, ଓଡ଼ିଶୀ, କୁଚୂପୁଡ଼ି, ବିହୂ, ବାଘନାଚ ଆଦି ବିଭିନ୍ନ ନୃତ୍ୟ ପରିବେଷଣ ହୋଇଥିଲା । ଓଡ଼ିଆ କଣ୍ଠଶିଳ୍ପୀ ସୁଜ୍ଞାନୀ ମହାପାତ୍ର, ଅନୁରାଗ ଦାସଙ୍କ ସଙ୍ଗୀତ ପରିବେଷଣ ଏବଂ ଆର.ଡି.ଏକ୍ସ. ଡ୍ୟାନସ୍ ଗ୍ରୁପ୍ ନୃତ୍ୟ ପରିବେଷଣରେ ହଜାର ହଜାର ଦର୍ଶକଙ୍କୁ ବିମୋହିତ କରିଥିଲା ।