ଜୟପାଟଣା ପୋଲିସ ଦ୍ୱାରା ଶାନ୍ତି କମିଟି ଆୟୋଜିତ

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଜୟପାଟଣା ପୋଲିସ ଆନୁକୂଲ୍ୟରେ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଏକ ଶାନ୍ତି କମିଟି ସଭା ଅନୁଷ୍ଠିତ ହୋଇଯାଇଛି । ସଭାରେ ବ୍ଲକର ସମସ୍ତ ନିର୍ବାଚିତ ପ୍ରତିନିଧି, ସରପଞ୍ଚ, ସମିତି, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ଗଣ ମାଧ୍ୟମ ପ୍ରତିନିଧି, ବ୍ୟବସାୟିକ ପ୍ରତିଷ୍ଠାନ, ଧାର୍ମିକ ସଂଗଠନ ପ୍ରତିନିଧି, ରାମ ନବମୀ ପାଳନ କମିଟି, ହନୁମାନ ଜୟନ୍ତୀ ପାଳନ କମିଟି, ଆମ୍ବେଦକର ଜୟନ୍ତୀ ପାଳନ କମିଟି, ମୁସଲମାନ ସଂଗଠନର ପ୍ରତିନିଧିମାନେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ । ଜୟପାଟଣା ଥାନା ଭାରପ୍ରାପ୍ତ ଇନ୍ସପେକ୍ଟର ଅର୍ଚ୍ଚନା ନାୟକ ସଭାର ଅଧ୍ୟକ୍ଷତା କରି ଭାଇଚାରାର ସହରରେ ସମସ୍ତଙ୍କର ଧର୍ମୀୟ ସହଯୋଗ ସହ ସାମାଜିକ ସମରଶତା ଓ ବିଭିନ୍ନ ପାର୍ବଣ ଓ ପଟୁଆର ମାନଙ୍କରେ ସାମୂହିକ ଶୃଙ୍ଖଳା ଓ ସହଯୋଗ ଉପରେ ଗୁରୁତ୍ୱାରୋପ କରିଥଲେ । ବରିଷ୍ଠ ସଦସ୍ୟ ଯୁଧିଷ୍ଠିର ସୁନା, ରୁଦ୍ର ପ୍ରସାଦ ପାଣିଗ୍ରାହୀ, ଶେଷ ଦେବ ବେହେରା, ଦିବାକର ପଟ୍ଟନାୟକ, ରଶ୍ମି ରଞ୍ଜନ ସୁନା, କୈଳାଶ ଚନ୍ଦ୍ର ସାହୁ, ଛାୟା କାନ୍ତ ବେଣୁ ପାଣି ୟୁସୁଫ ଖାଁ ପ୍ରମୁଖ ନିଜ ବକ୍ତବ୍ୟ ରଖିଥିଲେ । ଶାନ୍ତି କମିଟି ଅଞ୍ଚଳରେ ବେଆଇନ ମଦ ବିକ୍ରି, ଟ୍ରାଫିକ ବ୍ୟବସ୍ଥା ଓ ଅସାମାଜିକ କାର୍ଯ୍ୟକଳାପକୁ ନେଇ ଉଦବେଗ ପ୍ରକାଶ ପାଇଥିଲା ।

Leave A Reply

Your email address will not be published.