oom

ବଲାଙ୍ଗିର ପୋଲିସ ତେଜିବା ପରେ ସହରବାସୀ ସାମାନ୍ୟ ଆଶ୍ୱସ୍ତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୋଲିସ୍‌ ତେଜିବା ପରେ ସହରବାସୀ ସାମାନ୍ୟ ଆଶ୍ୱସ୍ତ ହୋଇଥିବା ଅନୁଭବ ହେଉଛି । ଖୋଲମ୍‌ଖୋଲା ଅପରାଧ ଯୋଗୁଁ ଲୋକେ ଅଣନିଃଶ୍ୱାସୀ ହୋଇ ପଡ଼ୁଥିବା ବେଳେ କେଉଁଠି ଗୁଳି ଫୁଟିଛି ତ’ କେଉଁଠି ଖଣ୍ଡା ବୁଲିଛି । ପୁଣି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ଥିବା ଛାତ୍ରାବାସରେ ଛାତ୍ରମାନଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଏଭଳି ସ୍ଥିତିରେ ବଲାଙ୍ଗିର ପୋଲିସ୍‌ ତେଜିଆନ୍‌ ହୋଇଉଠିଛି । ଦେଶୀ ବିଦେଶୀ କୁଚିଆ ମଦ ବେପାରୀଙ୍କ ଉପରେ ୧୧୦ ଧାରା ଲଗାଯିବା ସହ ସହରରୁ ନିଶା କାରବାର ମୂଳପୋଛ ପାଇଁ ଅଂଟା ଭିଡ଼ିଛି ବଲାଙ୍ଗିର ପୋଲିସ୍‌ । ସେହିଭଳି ନୃଶଂସ ଅପରାଧରେ ଜଡ଼ିତ ଥିବା କୁଖ୍ୟାତ୍‌ ଅପରାଧୀଙ୍କୁ ଉଚିତ୍‌ ଶିକ୍ଷା ଦେବାକୁ ବଲାଙ୍ଗିର ପୁଲିସ୍‌ ପକ୍ଷରୁ ସରକାରୀ ସ୍ଥାନରେ ବେଆଇନ ଭାବେ ଗଢ଼ି ଉଠିଥିବା ଅପରାଧିଙ୍କ ଆଡ୍ଡାଗୁଡ଼ିକୁ ଚିହ୍ନଟ କରାଯାଇ ଗୋଟି ଗୋଟି କରି ଜେସିବି ଲଗାଇ ଧୂଳିସାତ୍‌ କରିବା ଆରମ୍ଭ ହୋଇଛି । ଏପରିକି ଅପରାଧୀଙ୍କ ଗଡ଼ ଧ୍ୱଂସ କରିବା ସମୟରେ ନିଜେ ଏସ୍‌ପି ନୀତିନ କୁଶଲକର ମଇଦାନ୍‌ରେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିବା ଦେଖିବାକୁ ମିଳିଛି । ବଲାଙ୍ଗିର ପୋଲିସ୍‌ର ଏଭଳି ପ୍ରଚଣ୍ଡ କାର୍ଯ୍ୟାନୁଷ୍ଠାନରେ ଅପରାଧୀ ଜଗତ ବି ଥରି ଉଠିଛି । ତେବେ ବଲାଙ୍ଗିର ପୋଲିସ ସର୍ବଦା ଏଭଳି ନିଷ୍ଠାର ସହ ପଦକ୍ଷେପ ନେଲେ, ଆଗକୁ ବଲାଙ୍ଗିର ସହରକୁ ଶାନ୍ତି ଫେରି ଆସିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

jittmm
Leave A Reply

Your email address will not be published.