
ରାଉରକେଲା, (ସସ୍ମିତା ପ୍ରଧାନ) : ଡିଏଭି ପବ୍ଲିକ ସ୍କୁଲର ପରିବେଶରେ ଆନନ୍ଦର ଲହରୀ ଖେଳିଯାଇଛି । ଛାତ୍ରଛାତ୍ରୀମାନେ +୨ ବୋର୍ଡ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ବିଦ୍ୟାଳୟର ଗୌରବକୁ ଦ୍ୱିଗୁଣିତ କରିଛନ୍ତି । ଦଶମରେ ଅନୁରାଧା ପାନା ଡ଼ା-୯୮.୪, ସ୍ମୃତି ସ୍ନିଗ୍ଧା ସାହୁ -୯୭.୨, ଆୟୁଷ ପଟେଲ- ୯୭.୨, ସ୍ମୃତି ରେଖା ତ୍ରିପାଠୀ -୯୭ ପ୍ରତିଶତ ଏବଂ ଦ୍ୱାଦଶରେ, ବିଜ୍ଞାନରେ- ସ୍ୱୟଂଶ୍ରୀ ମିଶ୍ର-୯୬.୨, ବାଣିଜ୍ୟରେ-ନେହା ମିଶ୍ର-୯୫.୬, ଏବଂ ହ୍ୟୁମାନୀଟିସରେ-ତମନ୍ନା ଘରୁଇ-୯୬.୨ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟକୁ ଗୌରାବାନ୍ୱିତ କରିଛନ୍ତ । ଏହି ସଫଳତା ସେମାନଙ୍କ କଠିନ ପରିଶ୍ରମ ଓ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଅଧ୍ୟକ୍ଷ ଶ୍ରୀ ଲୋକନାଥ ପ୍ରଧାନଙ୍କ ମାର୍ଗଦର୍ଶନର ଫଳ । ଏଥିପାଇଁ ଅଧ୍ୟକ୍ଷ ସମସ୍ତଙ୍କୁ ଉତ୍ତମ ତଥା ଉଜ୍ଜଳ ଭବିଷ୍ୟତର କାମନା କରି ଉତ୍ସାହିତ କରିଛନ୍ତି ।