ରାଉରକେଲା, (କେପିଏନ୍ଏସ୍) : ଚମତ୍କାର ଉଦ୍ଘୋଷିକା, ସାରସ୍ୱତ ମହିଳା ମିନାକ୍ଷୀ ଧର ଆଉ ନାହାନ୍ତି । ଆଜି ମଧ୍ୟାହ୍ନରେ ସେ ଆରପାରିକୁ ଚାଲିଯାଇଥିବା ଜଣାପଡ଼ିଛି । ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇ ଦୀର୍ଘ ଏକ ସପ୍ତାହ ଧରି ସେ ଚିକିତ୍ସିତ ହେଉଥିଲେ । ତାଙ୍କୁ ହରାଇ ଇସ୍ପାତ ନଗରୀ ରାଉରକେଲା ଜଣେ ମୃଦୁଭାଷିନୀ ଉଦ୍ଘୋଷିକା ତଥା ସାହିତ୍ୟ ଜଗତରେ ବେଶ୍ ଜଣାଶୁଣା ଚେହେରାଙ୍କୁ ହରାଇଥିବା ବେଳେ ସାରା ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସାରା ଓଡ଼ିଶାର ସାହିତ୍ୟିକ ଜଗତେ ସ୍ତବ୍ଧ ହୋଇଯାଇଛି ।